କନକ ବ୍ୟୁରୋ : ଦୁଷ୍କର୍ମ ପୀଡ଼ିତା କରାଇପାରିବେ ଗର୍ଭପାତ । ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ । ଗର୍ଭପାତ ଓ ଭ୍ରୁଣର ଡିଏନଏ ପରୀକ୍ଷା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ ଜଣେ ଦୁଷ୍କର୍ମ ପୀଡ଼ିତା । ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଭ୍ରୁଣର ଡିଏନଏ ପରୀକ୍ଷା କରାଇ ଏହାକୁ ପ୍ରମାଣ ଆଧାରରେ ଅଦାଲତରେ ଦାଖଲ କରାଯାଇ ପାରିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ ।
ଅଧିକ ପଢନ୍ତୁ : ଏତଲା ନରଖିଲେ କାର୍ଯ୍ୟାନୁଷ୍ଠାନ। ପୁଲିସକୁ ସତର୍କ କରାଇଲେ ହାଇକୋର୍ଟ।
ଦୁଷ୍କର୍ମ ପୀଡ଼ିତାଙ୍କ ପକ୍ଷରୁ ପ୍ରଥମେ ରାଉରକେଲା ମହିଳା ଥାନାରେ ଏତଲା ଦାୟର କରାଯାଇଥିଲା । ପରେ ମାମଲା ବିଂଝାରପୁର ଥାନାକୁ ହସ୍ତାନ୍ତର ହେଲା। ଗତ ନଭେମ୍ବର ୨୪ ତାରିଖରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷରୁ ଜଣା ପଡିଥିଲା ଯେ ସେ ୧୩ ସପ୍ତାହ ହେଲା ଗର୍ଭବତୀ ଅଛନ୍ତି ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବେଳକୁ ଗର୍ଭାବସ୍ଥା ପ୍ରାୟ ୨୧ ସପ୍ତାହ ହୋଇସାରିଥିଲା। କିନ୍ତୁ ଗର୍ଭଧାରଣ କରିବା ଲାଗି ପୀଡ଼ିତା ଜଣକ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ନାହାଁନ୍ତି । ତେଣୁ ଗର୍ଭପାତ ପାଇଁ ଅନୁମତି ଲୋଡ଼ିଥିଲେ ପୀଡିତା। ଯାହାକୁ ମଞ୍ଜୁର କରିଛନ୍ତି ହାଇକୋର୍ଟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/high-court-2026-01-22-10-36-15.jpg)