ହାଇକୋର୍ଟରୁ ଅନୁଭବଙ୍କୁ ଝଟ୍‌କା ; ଜାରି ରହିବ ଯୌତୁକ ନିର୍ଯାତନା ମାମଲା

Advertisment

ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ ।

Anubhab

Anubhab Photograph: (Kanak news)

କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଝଟକା । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । 

ଅନୁଭବ ଓ ତାଙ୍କ ସହଯୋଗୀ ଘଗେଶ୍ବରଙ୍କ ବିରୋଧରେ ହେବ ବିଚାର । ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ଓଲିଉଡ୍ ସୁପରଷ୍ଟାର । ଘରୋଇ ହିଂସା ମାମଲାରେ ଜିତିଥିବାରୁ ଏହି ମାମଲାର ଅସ୍ଥିତ୍ୱ ନାହିଁ । ତେଣୁ କ୍ରିମିନାଲ କେସ ଖାରଜ କରିବାକୁ ଅନୁଭବ ଅନୁରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ---ଭବିଷ୍ୟତର ବ୍ରହ୍ମାସ୍ତ୍ର, ଭାରତର ପ୍ରଥମ ହାଇପରସୋନିକ ମିସାଇଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe