ଭରତପୁର ଥାନା କାଣ୍ଡକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କଲେ ହାଇକୋର୍ଟ ; ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ  ।

ଭରତପୁର ଥାନା କାଣ୍ଡକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କଲେ ହାଇକୋର୍ଟ ; ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ  । ଥାନା ଉପରେ ଝାଡିଲେ ଅସନ୍ତୋଷ  । ସେପଟେ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ବିଚାର ବିଭାଗୀୟ ତଦନ୍ତ ।

361

କନକ ବ୍ୟୁରୋ: ଭରତପୁର ଥାନା କାଣ୍ଡକୁ ନେଇ ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ହାଇକୋର୍ଟ । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭରତପୁର ଥାନା ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ । କାହିଁକି ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର କରାଯାଉଛି ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । 

ସବୁ ଥାନାରେ ସି ସି ଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟ ଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ । ଥାନାରେ ସି ସି ଟିଭି ପ୍ରସଙ୍ଗରେ ରିପୋର୍ଟ ତଲବ ମଧ୍ୟ କରିଛନ୍ତି । ଏଭଳି ଘଟଣା ର ଯେପରି ପୁନଃରାବୃତ୍ତି ନହୁଏ, ସେନେଇ ଦୃଷ୍ଟି ଦେବାକୁ କହିଛନ୍ତି । ସରକାର ବିଚାର ବିଭାଗୀୟ ତଦନ୍ତ, କ୍ରାଇମ୍ ବ୍ରାଞ୍ଚ କୁ ତିନି ଅଭିଯୋଗ ର ତଦନ୍ତ, ପୋଲିସଙ୍କ ନିଲମ୍ବନ ସଂକ୍ରାନ୍ତରେ ଅବଗତ କରିବାକୁ କହିଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe