ଗଜରାଜଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ପାଂଚ ମାସ ମଧ୍ୟରେ ରାଜ୍ୟରେ ମଲେଣି ୪୦ ହାତୀ ..

Advertisment

ଗଜରାଜଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ପିସିସିଏଫଙ୍କୁ ଦେଲେ ନିର୍ଦ୍ଦେଶ । ହାତୀ ମୃତ୍ୟୁ କେମିତି କମିବ । ୧୦ ଦିନ ମଧ୍ୟରେ ଜଣାଅ ।

ଗଜରାଜଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ପିସିସିଏଫଙ୍କୁ ଦେଲେ ନିର୍ଦ୍ଦେଶ । ହାତୀ ମୃତ୍ୟୁ କେମିତି କମିବ । ୧୦ ଦିନ ମଧ୍ୟରେ ଜଣାଅ ।

ELEPHANT2

କନକ ବ୍ୟୁରୋ; ରାଜ୍ୟରେ ହାତୀ ସଂଖ୍ୟା ଯେଭଳି ଭାବେ ବଢୁଛି, ମୃତ୍ୟୁ ସଂଖ୍ୟା ବି ସେହି ଅନୁପାତରେ ବୃଦ୍ଧି ପାଉଛି । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଜୁଲାଇରୁ ନଭେମ୍ୱର ମଧ୍ୟରେ ମରିଛନ୍ତି ୪୦ ହାତୀ । ସେପଟେ ହାତୀ ମୃତ୍ୟୁ ରୋକିବାକୁ ହାଇକୋର୍ଟ ପିସିସିଏଫଙ୍କୁ ୧୦ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ମହଲତ ଦେଇଛନ୍ତି ।  

ଓଡ଼ିଶାରେ ହାତୀ ସଂଖ୍ୟା କ୍ରମାଗତ ଭାବେ ବଢୁଛି, କିନ୍ତୁ ହାତୀଙ୍କ ପାଇଁ ଓଡ଼ିଶାରେ ଜଙ୍ଗଲ ଛୋଟ ପଡିଯାଉଛି । ଫଳରେ ଜଙ୍ଗଲରେ ଖାଦ୍ୟ ନ ପାଇ ହାତୀ ଜନବସତି ମୁହାଁ ହେଉଛନ୍ତି । ଆଉ ହାତୀ ମଣିଷ ଲଢ଼େଇର ଚିତ୍ର ସବୁଦିନ ସାମ୍ନାକୁ ଆସୁଛି । ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ବିଧାନସଭାରେ ଜଙ୍ଗଲ ମନ୍ତ୍ରୀ  ଦେଇଥିବା ତଥ୍ୟ ଚିନ୍ତାଜନକ 

ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବି ଆଜି ଶୁଣାଣୀ ହୋଇଛି । ଏ ନେଇ ପିସିସିଏଫକୁ ହାଇକୋର୍ଟ ୧୦ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି । ବିଦ୍ୟୁତ ଆଘାତଜନିତ ହାତୀ ମୃତ୍ୟୁ ରୋକିବାକୁ ବିଦ୍ୟୁତ ବିତରଣ କମ୍ପାନୀ ସହ ବି ହେବ ଆଲୋଚନା । ଉଦବେଗଜନକ କଥା ହେଲା ହାତୀ-ମଣିଷ ଲଢେଇରେ କେବଳ ହାତୀ ମରିନାହାନ୍ତି, ବରଂ ମଣିଷଙ୍କ ବି ଜୀବନ ଯାଇଛି । ଏବେ  ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା । ଆସନ୍ତାକାଲି ପ୍ରକାଶ ପାଇବ ବିସ୍ତୃତ ରିପୋର୍ଟ । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe