ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟଙ୍କ ଜାମିନ୍‌: ଭରତପୁର ଥାନା ଅର୍ମି ପୋଲିସ ବିବାଦ ଘଟଣାରେ ଜାମିନ ମଞ୍ଜୁର କଲେ ହାଇକୋର୍ଟ

Advertisment

ଭରତପୁର ଥାନା ଆର୍ମି ପୋଲିସ ବିବାଦ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ । ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଭରତପୁର ଥାନା ମେଜରଙ୍କ ବନ୍ଧବୀଙ୍କୁ ଗିରଫ କରିଥିଲା । ପୋଲିସର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । 

Updated On

ଭରତପୁର ଥାନା ଆର୍ମି ପୋଲିସ ବିବାଦ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ । ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଭରତପୁର ଥାନା ମେଜରଙ୍କ ବନ୍ଧବୀଙ୍କୁ ଗିରଫ କରିଥିଲା । ପୋଲିସର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । 

ଅଦ୍ୟତନ ହୋଇଛି
af

କନକ ବ୍ୟୁରୋ: ଭରତପୁର ଥାନା ଆର୍ମି ପୋଲିସ ବିବାଦ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ । ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଭରତପୁର ଥାନା ମେଜରଙ୍କ ବନ୍ଧବୀଙ୍କୁ ଗିରଫ କରିଥିଲା । ପୋଲିସର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । 

ସେପଟେ ଭରତପୁର ଥାନାରେ ଆର୍ମି ମେଜର୍‌ ଗୁରୁୱନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ମହିଳା ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥଙ୍କୁ ନିଲମ୍ବନ କରାଯାଇଛି। ସେହିପରି କନ୍‌ଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ସସପେଣ୍ଡ କରିଛନ୍ତି ଡିଜିପି। କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଡିଜିପି ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଦୀନକୃଷ୍ଣ ମିଶ୍ର, ଏଏସ୍ଆଇ ସଲୀଳମୟୀ ସାହୁ ଓ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। କମିଶନରେଟ୍ ପୋଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଇନ୍‌ସ୍ପେକ୍ଟର ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ଟିମ ଭରତପୁର ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe