କନକ ବ୍ୟୁରୋ : ପହଲଗାମରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପରେ ସୀମାରେ ସୁରକ୍ଷା କଡ଼ାକଡ଼ି । ଲାଇନ୍ ଅଫ୍ କଣ୍ଟ୍ରୋଲ ବା ଏଲଓସିରେ ହାଇ ଆଲର୍ଟ ର୍ଜାରି କରାଯାଇଛି । ଏଲଓସିରେ ପ୍ରସ୍ତୁତ ରହିଛି ବଙ୍କର । ଏଲଓସିରେ ଗୁଳିଗୋଳା ଗର୍ଜନକୁ ନେଇ ଆଗୁଆ ପ୍ରସ୍ତୁତି କରୁଛି ଭାରତ । ଗତ ୨୩ ତାରିଖରେ ଆତଙ୍କବାଦୀ ମାନେ ଧର୍ମ ପଚାରି ଗୁଳି କରିଥିଲେ । ୨୬ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନକୁ ପାନେ ଦେବାକୁ ରଣନୀତି ପ୍ରସ୍ତୁତ କରାଯାଉଛି । ଏହାରି ଭିତରେ ଭାରତ ସୀମାରେ ସୁରକ୍ଷା ବଢାଯାଇଛି । ବଙ୍କରକୁ ପ୍ରସ୍ତୁତ ରଖାଯାଇଛି । ପହଲଗାମ ଆକ୍ରମଣ ଘଟଣା ପରେ ଆକ୍ସନରେ ସୁରକ୍ଷା ବାହିନୀ । ଏହି ନରସଂହାର ପଛରେ ଆତଙ୍କବାଦୀଙ୍କୁ କେଉଁମାନେ ସହଯୋଗ କରିଥିଲେ ସେ ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୁଲିସ ।  ସୂଚନା ଅନୁସାରେ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୧୮୧ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛନ୍ତି ସୁରକ୍ଷା ବଳ । ସେହିପରି ଆଉ ୪ଜଣଙ୍କୁ ପଚରାଉଚୁରା କରୁଛି ଏନଆଇଏ ଟିମ୍ । କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ପୁଲିସ ଓ ସେନା।  ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।