ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ,  ସବୁ ଷ୍ଟେସନରେ କରାଯାଉଛି ଫ୍ଲାଗ୍ ମାର୍ଚ୍ଚ

ଭୁବନେଶ୍ଵରରେ ଷ୍ଟେସନରେ ଜିଆରପି ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ସହ ଲୋକଙ୍କୁ କରାଯାଉଛି ସଚେତନ ।

ଭୁବନେଶ୍ବର ଷ୍ଟେସନ୍‌ରେ ହାଇ ଆଲର୍ଟ

ଭୁବନେଶ୍ବର ଷ୍ଟେସନ୍‌ରେ ହାଇ ଆଲର୍ଟ Photograph: (kanakNews)

କନକ ବ୍ୟୁରୋ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ସବୁ ଷ୍ଟେସନରେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି ।  ଏହି କ୍ରମରେ ଭୁବନେଶ୍ଵରରେ ଷ୍ଟେସନରେ ଜଚୠ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି ।

କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ ଆରପିଏଫ ପକ୍ଷରୁ କୁହାଯାଉଛି । ସମସ୍ତ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି । ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି । 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe