କନକ ବ୍ୟୁରୋ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ସବୁ ଷ୍ଟେସନରେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି କ୍ରମରେ ଭୁବନେଶ୍ଵରରେ ଷ୍ଟେସନରେ ଜଚୠ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି ।
କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ ଆରପିଏଫ ପକ୍ଷରୁ କୁହାଯାଉଛି । ସମସ୍ତ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି । ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/28/eoz7OyStkooQEIGyV6qw.jpg)