୩୪ ବର୍ଷ ଧରି ଆତଙ୍କ ଖେଳାଇଥିଲା ହିଡମା; ମାଓ କ୍ୟାରିୟରରେ କରିଛି ୩୬୭ ହତ୍ୟା

୨୬୦ ଯବାନ ଓ ୧୦୭ ସାଧାରଣ ନାଗରିକ ବା ସଲୱା ଜୁଡୁମ ସହ ଜଡିତ ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ହିଡମା । ତେବେ ସେହି ଦୁର୍ଦ୍ଦାନ୍ତ ମାଓ ନେତା ହିଡମାଙ୍କୁ ଜୀବିତ କିମ୍ବା ମୃତ ଧରିବା ଲାଗି ଫତୱା ଜାରି ହୋଇଥିଲା ।

Hidama history

Hidama history Photograph: (kanak news)

କନକ ବ୍ୟୁରୋ: ହିଡମାର ପ୍ରାୟ ୩୪ ବର୍ଷର ମାଓ କ୍ୟାରିୟରରେ, ଆଉ ଏହାରି ଭିତରେ କରିଥିଲା ୩୬୭ଟି ହତ୍ୟା । ୨୬୦ ଯବାନ ଓ ୧୦୭ ସାଧାରଣ ନାଗରିକ ବା ସଲୱା ଜୁଡୁମ ସହ ଜଡିତ ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ହିଡମା । ତେବେ ସେହି ଦୁର୍ଦ୍ଦାନ୍ତ ମାଓ ନେତା ହିଡମାଙ୍କୁ ଜୀବିତ କିମ୍ବା ମୃତ ଧରିବା ଲାଗି ଫତୱା ଜାରି ହୋଇଥିଲା । ନଭେମ୍ବର ୩୦ ପୂର୍ବରୁ ହିଡମାଙ୍କୁ ଗିରଫ କିମ୍ବା ଏନାକାଉଣ୍ଟର ବା ଆତ୍ମସମର୍ପଣ ଲାଗି ଡେଡଲାଇନ୍ ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଣାଳୟ । ତେବେ ଡେଡଲାଇନର ୧୨ ଦିନ ପୂର୍ବରୁ ଲକ୍ଷ୍ୟ ହାସଲ କରି ନେଇଛନ୍ତି ଯବାନ । କୁଖ୍ୟାତ ମାଓନେତା ହିଡମାଙ୍କୁ ଜୀବିତ, ମୃତ କିମ୍ବା ଆତ୍ମସମର୍ପଣ କରାଇବା ଲାଗି ଟାର୍ଗେଟ୍ ଦେଇ ଥିଲେ କେନ୍ଦ୍ର ଗ୍ରୁହ ମନ୍ତ୍ରୀ ଅମିତ ଶାହ.. ଆଉ ହିଡମାଙ୍କ ଏନକାଉଣ୍ଟର ପରେ ଅଧିକାରୀଙ୍କୁ ଫୋନ କରି ବଧେଇ ଜଣାଇଛନ୍ତି ଅମିତ ଶାହ । 

ହିଡମାଙ୍କୁ ଧରିବା ଲାଗି ଗୋଟିଏ ପଟେ ବଡ ଧରଣର ଅପରେସନ ଲଞ୍ଚ କରାଯାଇଥିବା ବେଳେ ହିଡମାଙ୍କ ମାଆଙ୍କୁ ତାଙ୍କ ନିଜ ଗାଁ ପୁବର୍ତୀଠାରେ ଭେଟି ପୁଅର ଆତ୍ମସମର୍ପଣ ଲାଗି ନିବେଦନ କରି ଥିଲେ ଛତିଶଗଡର ଗୃହ ମନ୍ତ୍ରୀ ବିଜୟ ଶର୍ମା । ତେବେ ମୁହଁ ଟାଣ ହିଡମା ଆତ୍ମସମର୍ପଣ କରି ନ ଥିବାରୁ ଏପରି ଚରମ ପରିଣାମ ଭୋଗିଛନ୍ତି ନର ରାକ୍ଷାସ । ତେବେ ନଜର ପକାନ୍ତୁ ହିଡମାଙ୍କ ଅପରାଧିକ କ୍ୟାରିୟର ଉପରେ । 

ଅଧିକ ପଢ଼ନ୍ତୁ---ନୂଆକୁ ପ୍ରୋତ୍ସାହନ, ପୁରୁଣାକୁ ଅଣଦେଖା ! ଅବ୍ୟବସ୍ଥାରେ ଆଦର୍ଶ ବିଦ୍ୟାଳୟ

ହିଡ଼ମାର ମାଓ ଇତିହାସ 

୧୯୮୧ ମସିହାରେ ଛତିଶଗଡ଼ ବିଜାପୁର ଜିଲ୍ଲା ପୁବର୍ତୀ ଗାଁରେ ହିଡ଼ମାର ଜନ୍ମ 
୧୯୯୧ରେ ବାଲ ସଙ୍ଗଠନରେ ଯୋଗଦେଇଥିଲା ହିଡ଼ମା
୨୦୦୪ରେ କୋଣ୍ଟା ଏରିଆ କମିଟି ସଦସ୍ୟ
୨୦୦୭ରେ କମ୍ପାନି ନମ୍ବର-୩ର କମାଣ୍ଡର
୨୦୦୯ରେ ପିଏଲ୍‌ଜିଏ ବାଟାଲିୟନ୍‌ର ଡେପୁଟି କମାଣ୍ଡର
୨୦୦୯- ୨୦୨୧ ମଧ୍ୟରେ ମାଓବାଦୀଙ୍କ ସୈନ୍ୟ ବାଟାଲିୟନର ମୁଖ୍ୟ
୨୦୨୧ରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଭାବେ ପଦୋନ୍ନତି 
୨୦୨୩-୨୪ରେ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ପଦୋନ୍ନତି
୩୪ ବର୍ଷର ମାଓ କ୍ୟାରିୟରରେ ୩୬୭ ଜୀବନ ନେଇଛି ହିଡ଼ମା
୨୬୦ ଯବାନ ଓ ୧୦୭ ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି

ହତ୍ୟାକାରୀ ହିଡ଼ମାର କେଉଁ ଘଟଣାରେ ହିଡ଼ମାର ସମ୍ପୃକ୍ତି ରହିଛି। 

୨୦୦୫-ଇଂଜିରାମ ଆଇଡି ବ୍ଲାଷ୍ଟ, ୬ ସୁରକ୍ଷାକର୍ମୀ ସହିଦ
୨୦୦୬-ସଲୱା ଜୁଡ଼ୁମ କର୍ମକର୍ତ୍ତାଙ୍କୁ ନେଇ ଯାଉଥିବା ବାହାନକୁ ବିସ୍ଫୋରଣରେ ଉଡ଼ାଇଥିଲା, ଯେଉଁଥିରେ ୨୮ ନାଗରିକ ମୃତ, ୨୮ ଗୁରୁତର ହୋଇଥିଲେ
୨୦୦୬-ମନିକୋଣ୍ଟା ସଲୱା ଜୁଡ଼ୁମ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣରେ ୧୫ ମୃତ, ୧୮ ଗୁରୁତର
୨୦୦୬-କୋଟଚେରୀ ଆଇଡି ବ୍ଲାଷ୍ଟରେ ୯ ଯବାନ ସହିଦ
୨୦୦୭-ଏରାବୋର ଉର୍ପାଲମେଟା ଠାରେ ଆକ୍ରମଣରେ ୨୩ ଯବାନ ସହିଦ
୨୦୦୭-ସଲୱା ଜୁଡ଼ୁମ କ୍ୟାମ୍ପରେ ନିଆଁ ଲଗାଇବା ଦ୍ବାରା ୩୩ ଗ୍ରାମବାସୀ ମୃତ ଓ କିଛି ଜୀବନ୍ତ ଦଗ୍ଧ
୨୦୦୭-ମେଟାଗୁଡ଼ା ଏରାବୋରା ରାସ୍ତାରେ ବିସ୍ଫୋରଣରେ ୮ ଯବାନ ସହିଦ
୨୦୦୭-ତାଡମେଟଲା ଏନ୍‌କାଉଣ୍ଟରରେ ୧୨ ଯବାନ ସହିଦ
୨୦୦୭-ତାରଲାଗୁଡ଼ା ଗୋଲାପାଲ୍ଲୀ ଏନ୍‌କାଉଣ୍ଟରରେ ୧୨ ଯବାନ ସହିଦ
୨୦୦୯-ମିନପା ଚିନ୍ତାଗୁଫା ଏନ୍‌କାଉଣ୍ଟରରେ ୧୦ ଯବାନ ସହିଦ
୨୦୦୯-ଇଂଜିରାମ ରାସନ ବୋଝେଇ ଟ୍ରକ ଉପରେ ଆକ୍ରମଣରେ ୭ ଯବାନ ସହିଦ ଓ ୪ ଗ୍ରାମବାସୀ ମୃତ
୨୦୧୦-ତାଡମେଟଲା ଆକ୍ରମଣରେ ୭୬ ସିଆର୍‌ପିଏଫ୍‌ ଯବାନ ସହିଦ
୨୦୧୩-ଦରଭା କଂଗ୍ରେସ କର୍ମୀଙ୍କ ଗାଡ଼ି ଉପରେ ଗୁଳିମାଡ଼ରେ ୨୭ କଂଗ୍ରେସ ପଦାଧିକାରୀ ମୃତ
୨୦୧୪-କସାଲପାଡ଼ କିଷ୍ଟରାମ ଗୁଳିବିନିମୟରେ ୧୪ ଯବାନ ସହିଦ
୨୦୧୫-ପିଡ଼ମେଲ-ଚିନ୍ତାଗୁଫା ଏନ୍‌କାଉଣ୍ଟରରେ ୭ ଯବାନ ସହିଦ ଓ ୧୪ ଗୁରୁତର
୨୦୧୭-ବୁର୍କାପାଲ-ଚିନ୍ତାଗୁଫା ମାଓ ହମଲାରେ ୨୫ ଯବାନ ସହିଦ
୨୦୧୭-ବୁଙ୍କପାରା-ଭେଜ୍ଜୀ ଏନ୍‌କାଉଣ୍ଟରରେ ୧୨ ଯବାନ ସହିଦ
୨୦୨୦-ମିନପା-ଚିନ୍ତାଗୁପା ହମଲାରେ ୧୭ ଯବାନ ସହିଦ
୨୦୨୧-ଟେକେଲଗୁଡମ୍ ଏନ୍‌କାଉଣ୍ଟରରେ ୨୨ ଯବାନ ସହିଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe