ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ; ଭିତରେ ଧରାପଡ଼ିଲା ହିଡେନ୍‌ କ୍ୟାମେରା

ପୁଣି ହିଡେନ୍‌ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଭକ୍ତ । ଚଷମାରେ ହିଡେନ୍‌ କ୍ୟାମେରା ପିନ୍ଧି ଭିତରକୁ ପ୍ରବେଶ କରିଥିବା ଜଣେ ଭକ୍ତ ଶ୍ରୀମନ୍ଦିରର ଜଗମୋହନରୁ ଧରାପଡ଼ିଛନ୍ତି ।

Puri

Puri Photograph: (kanak news)

କନକ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁଣି ହିଡେନ୍‌ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଭକ୍ତ । ଚଷମାରେ ହିଡେନ୍‌ କ୍ୟାମେରା ପିନ୍ଧି ଭିତରକୁ ପ୍ରବେଶ କରିଥିବା ଜଣେ ଭକ୍ତ ଶ୍ରୀମନ୍ଦିରର ଜଗମୋହନରୁ ଧରାପଡ଼ିଛନ୍ତି । ତାଙ୍କ ନାମ ଭରତ ପାଣ୍ଡିଆ , ସେ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଭରତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା । ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରାଉଚରା କରିଥିଲା ପରେ କାର୍ଯ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । 

ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବା ସୂଚନା ମିଳିଛି। ପୂର୍ବରୁ ବାରମ୍ବାର ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଛି ପୁରୀ ଶ୍ରୀମନ୍ଦିରରେ । ତେବେ ପ୍ରଶ୍ନ ଉଠୁଛି ଏତେ ଜଣ ହିଡେନ୍‌ କ୍ୟାମେରା ସହ ଧରା ପଡ଼ିବା ପରେ ମଧ୍ୟ କାହିଁକି କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । 

ଅଧିକ ପଢ଼ନ୍ତୁ--ଆଇପିଏଲ ପୂର୍ବରୁ କାବ୍ୟା ମାରନଙ୍କ ମାଷ୍ଟରଷ୍ଟ୍ରୋକ୍ ; ବଡ଼ ଖେଳାଳିକୁ ଛାଡ଼ିବାକୁ ଟିମର ପ୍ଲାନିଂ

ପୂର୍ବରୁ ମଧ୍ୟ ଧରାପଡ଼ିଥିଲା ହିଡେନ୍‌ କ୍ୟାମେରା ପିନ୍ଧା ଯୁବକ

ପୂର୍ବରୁ ମଧ୍ୟ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ । ଧରା ପଡ଼ିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଥିଲା ସିଂହଦ୍ବାର ପୁଲିସ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ଉକ୍ତ ଯୁବକ । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍‌କୁ ଯାଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରିଥିଲା । ଯୁବକକୁ ଧରିବା ସହ ପଚରାଉଚୁରା କରିବା ପରେ ଛାଡିଦେଇଥିଲା ପୁଲିସ । 

ଖାଲି ହିଡେନ୍‌ କ୍ୟାମେରା ନୁହେଁ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍‌ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଶ୍ରୀମନ୍ଦିରକୁ ରେଡ୍‌ ଜୋନ୍‌ ମଧ୍ୟ ଘୋଷଣା କରାଯାଥିଲା । ଶ୍ରୀମନ୍ଦିର ଓ ଏହାର ଆଖପାଖରେ କୌଣସି ଡ୍ରୋନ୍ ଉଡ଼ିବ ନାହିଁ ବୋଲି ନିୟମ ରହିଥିଲେ ବି ବାରମ୍ବାର ଏହାର ଉଲ୍ଲଂଘନ ହେଉଛି । ନିୟମ ନମାନି ବଡ଼ଦେଉଳ ଉପରେ ଡ୍ରୋନ୍ ଉଡ଼ାଉଛନ୍ତି ଦୁର୍ବୃତ୍ତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe