ବାରମ୍ୱାର ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନେଇ ପଶୁଛନ୍ତି ଭକ୍ତ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍‌ କ୍ୟାମେରା । ଗତକାଲି ଗୁଜୁରାଟୀ ଭକ୍ତ ମୁକ୍ତିମଣ୍ଡପ ପାଖରେ ଧରା ପଡ଼ିଥିଲେ । ଆଜି ପଶ୍ଚିମବଙ୍ଗର ଜଣେ ଶ୍ରଦ୍ଧାଳୁ ସ୍ପାଏ କ୍ୟାମେରା ପିନ୍ଧି ପଶିବାକୁ ଚେଷ୍ଟା କରୁଥିବା ବେଳେ ଧରି ପୁଲିସ ।  

26-Camera lord

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ କ୍ୟାମେରା । ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମ ବର୍ଦ୍ଧମାନର ଅଧିବାସୀ ବୋଲି ଜଣା ପଡ଼ିଛି । ତାଙ୍କୁ ଥାନାରେ ଅଟକ ରଖାଯିବା ସହ ତାଙ୍କ ମୋବାଇଲକୁ ଯାଞ୍ଚ କରାଯାଉଥିବା ବେଳେ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରାଯାଇଛି ।

ଗତକାଲି ମଧ୍ୟ ଶ୍ରୀମନ୍ଦିରରୁ ଧରା ହୋଇଥିଲା ହିଡେନ୍ କ୍ୟାମେରାଯୁକ୍ତ ଚଷମା । ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା । ବ୍ୟକ୍ତି ଜଣକ ଗୁଜୁରାଟର ବିପୁଲ୍ ପଟେଲ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଟାଉନଥାନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଶ୍ରୀମନ୍ଦିର ଭିତରୁ ଭକ୍ତଙ୍କୁ ହିଡେନ୍ କ୍ୟାମେରା ସହ କାବୁ କରିଥିଲା ଟାଉନ୍ ଥାନା ପୁଲିସ । ଅପରାହ୍ଣ ପ୍ରାୟ ସାଢେ ୫ଟାରେ ବ୍ୟକ୍ତି ଜଣଙ୍କ ମୁକ୍ତିମଣ୍ଡପ ନିକଟ କୀର୍ତ୍ତନ ଚକଡାକୁଞ୍ଜରେ ବସି ଚାରିଆଡ଼େ ନିରୀକ୍ଷଣ କରିଥିଲେ । ଚଷମା ଜରିଆରେ ବିଭିନ୍ନ ଫଟୋ ଉଠାଇଥିଲେ । ଉପସ୍ଥିତ ଜେଟିପି ସନ୍ଦେହ କରି ତାଙ୍କୁ କାବୁ କରିଥିଲେ । କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ମଧ୍ୟ ଚଷମାରେ ସ୍ପାଏ୍ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରା ପଡ଼ିଥିଲେ । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ଶ୍ରୀମନ୍ଦିରରେ ପଶୁଛି ନିଷିଦ୍ଧ ସାମଗ୍ରୀ

୫ ଦିନରେ ଦୁଇ ଦୁଇଟି ହିଡେନ୍ କ୍ୟାମେରା ଚଷମା ପିନ୍ଧି ଧରାପଡ଼ିଲେଣି ବ୍ୟକ୍ତି
ଗତ ୨୯ ତାରିଖରେ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପଶିଥିଲେ ଜଣେ ଯୁବକ
ହିଡେନ୍ କ୍ୟାମେରା ଚଷମା ପିନ୍ଧି ପ୍ରବେଶ କରିଥିଲେ ଯୁବକ
ଜେଟିପି ଧରି ଶ୍ରୀଜଗନ୍ନାଥ ମନ୍ଦିର  ସ୍ୱତନ୍ତ୍ର ପୁଲିସକୁ ହସ୍ତାନ୍ତର କରିଥିଲେ
ଯୁବକଙ୍କଠାରୁ କ୍ୟାମେରା ରଖିବା ସହ ଅଣ୍ଡରଟେକିଂ ଲେଖି ଛାଡ଼ିଥିଲା ପୁଲିସ
ଘଟଣାର ୫ ଦିନ ପରେ ପୁଣି ଧରାପଡ଼ିଲେ ଦୁଇଜଣ ବ୍ୟକ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe