କନକ ବ୍ୟୁରୋ : ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଗର୍ଭ ଗୃହରେ ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ଜଣେ ପର୍ଯ୍ୟଟକ । ଚଷମାରେ ଥିବା ହିଡେନ୍‌ କ୍ୟାମେରାରେ ଫଟୋ ଉଠାଉଥିବାବେଳେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ । ପର୍ଯ୍ୟଟକ ଜଣଙ୍କ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କୁ ଧରି ସିଂହଦ୍ବାର ଥାନା ଜିମା ଦେଇଛି ଜେଟିପି । କୋଲକାତାର ଏହି ଭକ୍ତଙ୍କୁ ଅଟକ ରଖି ଅଧିକ ଜେରା କରୁଛି ସିଂହଦ୍ବାର ପୁଲିସ । 

Advertisment

ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍  ଅଟକ କରିଥିଲେ । ସେହି ଘଟଣାରେ ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ,ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ।  ଏହା ସହ ଯେଉଁ ମାନେ ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି , ସେମାନଙ୍କ ଉପରେ ଦଣ୍ଡ ବିଧାନ କରାଯିବ  ।