କନକ ବ୍ୟୁରୋ: 'ଲଭ୍ ବାଇଟ୍'ରୁ ହୋଇପାରେ ଷ୍ଟ୍ରୋକ୍ । ରିସର୍ଚ୍ଚ ରୁ ଏହା ଜଣାପଡିଛି ଯେ ଲଭ୍‌ ବାଇଟ୍‌ରୁ ଷ୍ଟ୍ରୋକ ଆସିବା  ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ରିସର୍ଚ୍ଚ କଣ କହୁଛି । ଲଭ୍‌ ବାଇଟ୍ ପ୍ରେମି ଯୁଗଳଙ୍କ ଭାବନାର ଏକ ଛୋଟ ଚିହ୍ନ କିନ୍ତ ଏଥିରେ ଲୁଚି ରହିଥାଏ ଉଭୟଙ୍କ ମଧ୍ୟରେ ନିବିଡ଼ ଭଲପାଇବା ।  ଲଭ୍‌ ବାଇଟ୍‌ କେବଳ ଏକ ଚିହ୍ନ ନୁହେଁ ବରଂ ସେହି ମୁହୂର୍ତ୍ତର ଭାବନା ।  ତେବେ ଭଲ ପାଇବାରେ ଲଭ୍‌ ବାଇଟ୍‌ ଏକ ସାଧାରଣ କଥା ।  କିନ୍ତୁ ଆପଣ ଜାଣିଛନ୍ତି କି  ଲଭ୍‌ ବାଇଟ୍‌ ଆପଣଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ ବୋଲି ? ଲଭ୍‌ ବାଇଟ୍‌ ଦ୍ବାରା ରକ୍ତ ଜମାଟ ବାନ୍ଧିଥାଏ, ଚର୍ମ ନୀଳ ପଡିବା, ଦରଜ ହେବା ପରି ସମସ୍ୟା  ବ୍ୟତିତ କିଛି ଗମ୍ଭୀର ସମସ୍ୟା ମଧ୍ୟ ସାମ୍ନା କରିବାର ସମ୍ଭାବନା ରହିଛି ।

Advertisment

ଏହି ସମସ୍ୟାରେ ଷ୍ଟ୍ରୋକ୍‌ ମଧ୍ୟ ସାମିଲ ଅଛି । ଲଭ୍‌ ବାଇଟ୍‌ରୁ ହେଉଥିବା ଖଣ୍ଡିଆ ବିଷୟରେ ସମସ୍ତେ ଜାଣିବା ଉଚିତ୍‌ । ଲଭ୍‌ ବାଇଟ୍‌ସ  ଦ୍ବାରା ତିନି ପ୍ରକାରର ସମସ୍ୟା ହୋଇପାରେ । ଗୋଟିଏ ହେଉଛି କ୍ୟାରୋଟିଡ୍ ସାଇନସ୍ । ବାସ୍ତବରେ  ଗଳା  ପାଖରେ  ସ୍ନାୟୁ କୋଷଗୁଡ଼ିକର ଏକ  ଗ୍ରୁପ୍‌ ଅଛି । ସେଥିପାଇଁ ଏହି ସ୍ନାୟୁ କୋଷଗୁଡ଼ିକ ସକ୍ରିୟ ହୋଇଯାଆନ୍ତି । ଏହି କୋଷଗୁଡ଼ିକ ହୃଦୟ ସହିତ ସଂଯୁକ୍ତ  ।

ଯେଉଁଥିପାଇଁ ହାର୍ଟ ବିଟ୍‌ କମ୍‌ ହେବା ସହ ବ୍ଲଡ୍‌ ପ୍ରେସର ମଧ୍ୟ କମ୍‌ ହୋଇଯାଇଥାଏ ।  ଏହା ଦ୍ବାରା ମୁଣ୍ଡ ବୁଲାଇଥାଏ । ତଳେ ପଡିଯିବାର ମଧ୍ୟ ସମ୍ଭାବନା ଥାଏ ।  ସ୍ଥିତି ଗମ୍ଭୀରତା ହୋଇପାରେ । ଦ୍ବିତୀୟ କଥା ହେଉଛି, ଧରାଯାଉ ବେକର  ଶୀର  ପୂର୍ବରୁ ଦୁର୍ବୁଳ ଅଛି  ଆଉ ଲଭ୍‌ ବାଇଟ୍‌ କରୁଛନ୍ତି, ରକ୍ତ ଜମାଟ ବାନ୍ଧିଗଲା ।  ଏହି ଜମାଟ ମୁଣ୍ଡ ଶୀରକୁ ଧରିନେଇଥାଏ । ଯାହାଦ୍ବାରା ଷ୍ଟ୍ରୋକର କାରଣ  ପାଲଟିଥାଏ । 'ତୃତୀୟ କଥା ହେଉଛି ଯେ ବେକରେ ଜୋରଦାର ଚୁମ୍ବନ ସମୟରେ, ବେକର ଦୁର୍ବଳ ରକ୍ତବାହୀ ନଳୀ ଫାଟିଯିବାର ସମ୍ଭାବନା ଥାଏ ଏବଂ ବ୍ଲଡ ବେସିଲ୍‌ସ୍‌ର ସ୍ତର ଫାଟିଯାଏ, ରକ୍ତ ବାହାରକୁ ଆସିବାର ସମ୍ଭାବନା ଥାଏ । ତେଣୁ, ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତି ଏପରି ଜିନିଷଗୁଡ଼ିକ ପ୍ରତି ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ।