କନକ ବ୍ୟୁରୋ : ଯୁଦ୍ଧଭୂମି ପାଲଟିଲାଣି ଦକ୍ଷିଣ ଲେବାନନ । ଘରେ ଘରେ ଲଂଚିପ୍ୟାଡ ନିର୍ମାଣ କରିଛି ହିଜବୁଲ୍ଲା । ସାମ୍ନାକୁ ଆସିଛି ଏଭଳି କିଛି ଫଟୋ ଯାହା ଇସ୍ରାଏଲର ମୁଣ୍ଡବିନ୍ଧାର କାରଣ ହେଲାଣି । ଯେଉଁଠି ଘରକୁ ଲଂଚିପ୍ୟାଡ୍ କରିସାରିଲାଣି ହିଜବୁଲା । କେବଳ ସେତିକି ନୁହେଁ ଇସ୍ରାଏଲର ମୁକାବିଲା ପାଇଁ ମିଜାଇଲ,ରକେଟ ଭର୍ତି କରିଛି । ଆଇଏଡିଏଫ ବା ଇସ୍ରାଏଲ ସେନା ନିଜ ଅଫିସିଆଲ ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରିଛି ।
ଘର ଭିତରେ ହିଜବୁଲ୍ଲାର ରକେଟ ଲଂଚିପ୍ୟାଡ୍
ଜନଗହଳିପୂର୍ଣ୍ଣ ଅଂଚଳକୁ ଢ଼ାଲ କରୁଛି ହିଜବୁଲ୍ଲା
ଘର ଭିତରେ ଲଂଚିପ୍ୟାଡ୍ କରିଛି
ରକେଟ ଓ ମିଜାଇଲକୁ ଲୁଚାଇ ରଖିଛି
ଘର ଭିତରୁ ଆକ୍ରମଣ ପାଇଁ ପ୍ରସ୍ତୁତି
ନିରୀହଲୋକଙ୍କୁ ଢ଼ାଲ କରିଛି
ଇସ୍ରାଏଲ ହିଜବୁଲାର ମିସାଇଲ କମାଣ୍ଡର 'ଇବ୍ରାହିମ କୋବେସି'କୁ ମଧ୍ୟ ହତ୍ୟା କରିଛି। କୋବେସିଙ୍କ ମୃତ୍ୟୁ ହିଜବୁଲ୍ଲା ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ୨୪ବର୍ଷ ଧରି ଇସ୍ରାଏଲ ପାଇଁ ବିପଦ ଥିବା ହିଜବୁଲାର କମାଣ୍ଡର ଇବ୍ରାହିମ କୁବାସି । ୨୦୦୦ ମସିହାରେ ଟପ କମାଣ୍ଡର ୨ଶହ ଇସ୍ରାଏଲ ସୈନ୍ୟକୁ ଅପହରଣ ଓ ହତ୍ୟା କରିଥିବା ଅଭିଯୋଗ ରହିଥିଲା । ଯାହାକି ହିଜବୁଲାର ସାମରିକ ବାହିନୀରେ ନିଜର ସ୍ଥିତିକୁ ଦୃଢ଼ କରିଥିଲା ।
ହିଜବୁଲ୍ଲାକୁ ଶକ୍ତ ଧକ୍କା, ଟପକମାଣ୍ଡର ନିହତ
ହିଜବୁଲ୍ଲା ମିସାଇଲ କମାଣ୍ଡର 'ଇବ୍ରାହିମ କୋବେସି'ନିହତ
କୋବେସିଙ୍କ ମୃତ୍ୟୁ ହିଜବୁଲ୍ଲା ପାଇଁ ଏକ ବଡ଼ ଝଟକା
ଦଶନ୍ଧି ଧରି ହିଜବୁଲ କ୍ଷେପଣାସ୍ତ୍ର କମାଣ୍ଡର ଥିଲା ଇବ୍ରାହିମ
ହିଜବୁଲ୍ଲାର କ୍ଷେପଣାସ୍ତ୍ର ମିଶନର ଏକ ପ୍ରମୁଖ କମାଣ୍ଡର ଥିଲା
୧୯୮୦ ଦଶକରେ କୁବାସି ହିଜବୁଲ୍ଲାରେ ଯୋଗ ଦେଇଥିଲା
କ୍ଷେପଣାସ୍ତ୍ର ୟୁନିଟ୍, ଗାଇଡ୍ ମିସାଇଲ୍ ପ୍ରୋଗ୍ରାମକୁ ଚଳାଉଥିଲା
ହିଜବୁଲ୍ଲାର ସାମରିକ ରଣନୀତିରେ ସକ୍ରିୟ ଥିଲା
ଇସ୍ରାଏଲ ସେନାମାନଙ୍କୁ ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଥିଲା
ଲେବାନନରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ ବର୍ତ୍ତମାନ ଲେବାନନରେ ହିଜବୁଲା ଟାର୍ଗେଟ ଉପରେ ଭୟଙ୍କର ଆକ୍ରମଣ କରିବା ଆରମ୍ଭ କରିଛି। ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ସୋମବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ଘନଘନ ବୋମା ମାଡ଼ କରିଥିଲା। ଏଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଆଜି ଇସ୍ରାଏଲ ବେରୁଟ ଉପକଣ୍ଠରେ ଆକ୍ରମଣ କରିଛି।
Follow Us