କନକ ବ୍ୟୁରୋ: ଇସ୍ରାଏଲ ଆକ୍ରମଣରେ  ହିଜବୁଲ୍ଲାର ବିଶାଳ ଟନେଲ ଧ୍ୱଂସ। ଯାହାର ଭିଡିଓ ସେୟାର କରଛି ଇସ୍ରାଏଲ ସେନା ଆଇଡିଏଫ । ଗୁପ୍ତ ଟନେଲରେ ଲୁଚି ରହି ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲେ ହିଜବୁଲ୍ଲା ଆତଙ୍କୀ।  ଲେବାନନରେ ଥିବା ଏହି ଟନେଲରେ ସବୁ ପ୍ରକାରର ସୁବିଧା ରହିଛି ।  ୨୫୦ ମିଟର ପର୍ଯ୍ୟନ୍ତ ଟନେଲକୁ ଇସ୍ରାଏଲ ଧ୍ୱଂସ କରିଦେଇଥିବା ଦାବି କରିଛି। ଇସ୍ରାଏଲ ସେନା ଏବେ ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିବା ବେଳେ ଟନେଲର ଦୃଶ୍ୟ ସାମ୍ନାକୁ ଆସିଛି। 

Advertisment

ଇସ୍ରାଏଲ ବାୟୁସେନା ଆକ୍ରମଣରେ ଲେବାନନକୁ ସିରିଆ ସହିତ ସଂଯୋଗ କରୁଥିବା ୨ କିଲୋମିଟର ଲମ୍ବା ଟନେଲ ନଷ୍ଟ ହୋଇଯାଇଛି। ହମାସ ଆକ୍ରମଣକୁ ବର୍ଷଟେ ପୁରିବାକୁ ଯାଉଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଟନେଲ ମାଧ୍ୟମରେ ହିଜବୁଲ୍ଲାକୁ ଇରାନରୁ ଅସ୍ତ୍ରଶସ୍ତ୍ର ପଠାଯାଉଥିଲା। ଏହି ଟନେଲ ଉପରେ କେବଳ ହିଜବୁଲ୍ଲାର ୟୁନିଟ୍-୪୪୦୦ର ନିୟନ୍ତ୍ରଣ ଥିଲା । ଟନେଲ ଭିତରେ ଅନେକ ଅସ୍ତ୍ରଶସ୍ତ୍ର ଗୋଦାମ ରହିଥିଲା, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହି ଅସ୍ତ୍ରଶସ୍ତ୍ର ଗୋଦାମ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଇସ୍ରାଏଲ ଲେବାନନକୁ ସିରିଆ ସହିତ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଏବଂ ଟନେଲକୁ ଧ୍ୱଂସ କରିଦେଇଛି । ତେଣୁ, ବର୍ତ୍ତମାନ ସିରିଆ ଦେଇ ଯୋଗାଣ ପାଇଁ ହିଜବୁଲ୍ଲା ପାଖରେ କେବଳ ତିନୋଟି ମାର୍ଗ ବାକି ଅଛି। ଏହି ମାର୍ଗଗୁଡ଼ିକ ହେଉଛି ମାର୍ ବାଉନ୍, ନାହର ଅଲ କବୀର ଏବଂ ଶେବା ଫାର୍ମ । କିନ୍ତୁ ଏଗୁଡିକ ମୁଖ୍ୟ ରାସ୍ତା ନୁହେଁ, ଏଗୁଡ଼ିକ ଜଙ୍ଗଲ କିମ୍ବା ପାହାଡ ଦେଇ ଯାଇଥିବା ରାସ୍ତା । ଟ୍ରକ୍ ଏହା ଉପରେ ଯାଇପାରିବ ନାହିଁ, ତେଣୁ ଅସ୍ତ୍ରଶସ୍ତ୍ରଗୁଡିକ ବଡ଼ ଆକାରରେ ଏବଂ ଦ୍ରୁତ ଗତିରେ ହିଜବୁଲ୍ଲାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ଇସ୍ରାଏଲ ଏଥିରୁ ସିଧାସଳଖ ଲାଭବାନ ହେବେ।