କନକ ବ୍ୟୁରୋ : ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛି । ୧୬୫ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା ହିଜବୁଲ୍ଲା, ଯେଉଁଥିରେ ଜଣେ ଶିଶୁ ଙ୍କ ସମେତ ୭ ଜଣ ଆହତ ହୋଇଥିଲେ, ଗୋଟେପଟେ ଇସ୍ରାଏଲ ର ଆଟାକ ତ ଆରପଟେ ହିଜବୁଲ୍ଲାର କାଉଣ୍ଟର ଆଟାକ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ରିପୋର୍ଟ କରିଛି ଯେ ଗାଲିଲି ଉପରେ ପାଖାପାଖି ୫୦ଟି ରକେଟ୍ ନିକ୍ଷେପ କରାଯାଇଥିଲା, ଯେଉଁଥିରୁ କେତେକ ରକେଟକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅଟକାଇ ଦିଆଯାଇଥିଲା । 

Advertisment

ତେବେ କାର୍ମିଲ ଅଞ୍ଚଳ ଓ ଆଖପାଖ ସହରକୁ ଟାର୍ଗେଟ କରିବାରେ ଅନେକ ରକେଟ୍ ସଫଳ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଅଞ୍ଚଳରେ ଘଟିଛି । ହିଜବୁଲ୍ଲା କହିଛି  ସେମାନେ କାର୍ମିଲ ବସ୍ତିରେ ପାରାଟ୍ରୁପର୍ସ ବ୍ରିଗେଡର  ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଇସ୍ରାଏଲର ବ୍ରହ୍ମାସ୍ କୁହାଯାଉଥିବା ଆଇରମଡୋମ ମଧ୍ୟ ଫେଲ ମାରିଛି ହିଜବୁଲ୍ଲାର ରକେଟ ମାଡରେ । ମାତ୍ର କିଛି ସମୟ ପାଇଁ ରକେଟକୁ ଅଟେକାଇଥିଲା ଆଇରମ ଡ୍ରୋମ । ହେଲେ ଇସ୍ରାଏଲ ଦାବି କରିଛି ଅଧିକାଂଶ ରକେଟକୁ ଅଟକାଇ ଦିଆଯାଇଛି । ହିଜବୁଲ୍ଲା ଲଗାତାର ଦୁଇଟି ଆକ୍ରମଣରେ ପାଖାପାଖି ୯୦ଟି ରକେଟ୍ ନିକ୍ଷେପ କରିଥିଲା । ପ୍ରଥମ ଆକ୍ରମଣ ସମୟରେ ଆଇଡିଏଫ କହିଛି ଯେ ଅଧିକାଂଶକୁ ଅଟକାଯାଇଥିଲା, କିନ୍ତୁ ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଥିଲା ।