ନଭେମ୍ବର ୫ ପୂର୍ବରୁ ବଡ ଆକ୍ରମଣ !  ତିକ୍ତତାରେ ନିଆଁ ଲଗାଇଲା ହିଜବୁଲ୍ଲା ମୁଖ୍ୟଙ୍କ ଧମକ ।

Advertisment

ନଭେମ୍ବର ୫ ପୂର୍ବରୁ ଇରାନ ଉପରେ ଭୟଙ୍କର ଆକ୍ରମଣ କରିପାରେ ଇସ୍ରାଏଲ । ସେପଟେ ଉଭୟ ଦେଶର ତିକ୍ତତାରେ ନିଆଁ ଲଗାଇଲା ହିଜବୁଲ୍ଲା ମୁଖ୍ୟଙ୍କ ଧମକ । ନେତ୍ୟାନ୍ୟାହୁଙ୍କ ଘରେ ଡ୍ରୋନ ଆକ୍ରମଣ ଭୟ ଦେଖାଇ କ୍ୱାସିମଙ୍କ ଚେତାବନୀ । 

ନଭେମ୍ବର ୫ ପୂର୍ବରୁ ଇରାନ ଉପରେ ଭୟଙ୍କର ଆକ୍ରମଣ କରିପାରେ ଇସ୍ରାଏଲ । ସେପଟେ ଉଭୟ ଦେଶର ତିକ୍ତତାରେ ନିଆଁ ଲଗାଇଲା ହିଜବୁଲ୍ଲା ମୁଖ୍ୟଙ୍କ ଧମକ । ନେତ୍ୟାନ୍ୟାହୁଙ୍କ ଘରେ ଡ୍ରୋନ ଆକ୍ରମଣ ଭୟ ଦେଖାଇ କ୍ୱାସିମଙ୍କ ଚେତାବନୀ । 

Israel

କନକ ବ୍ୟୁରୋ: ହିଜବୁଲ୍ଲା ମୁଖ୍ୟ ହେବା ପରେ ନୈମ କ୍ୱାସୀମ ପ୍ରଥମଥର ପାଇଁ ନିଜ ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି । ଇରାନ ସମର୍ଥିତ ଏହି ସଂଗଠନ ପୂର୍ବ ଭଳି ଇସ୍ରାଏଲ ବିରୋଧୀରେ ପ୍ରସ୍ତୁତ କରିଥିବା ନିଜର ଯୁଦ୍ଧ ଯୋଜନା ବା ପ୍ଲାନ ଜାରି ରଖିବ । ଏଥିରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି କ୍ୱାସୀମ କହିଛନ୍ତି । ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ କ୍ୱାସୀମ ଏପରି କଥା କହିଛନ୍ତି । ଉଭୟ ଇସ୍ରାଏଲ ଓ ହେଜବୁଲ୍ଲା ପରସ୍ପର ଉପରେ ବୋମା ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ କରୁଛନ୍ତି । ହେଲେ ଇସ୍ରାଏଲ ଅପେକ୍ଷା ହେଜବୁଲ୍ଲାକୁ ଏହି ଆକ୍ରମଣରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ସେପ୍ଟେମ୍ବର ମାସରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକର ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିଲେ । ଏଥିସହ ହେଜବୁଲ୍ଲାର ଅନେକ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଜଣଙ୍କ ପରେ ଜଣେ ଟପ୍‌ କମାଣ୍ଡର ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଥିବାରୁ ହିଜବୁଲ୍ଲାର ଚିନ୍ତା ବଢ଼ିଥିଲା । ଶେଷରେ ସଂଗଠନ ପକ୍ଷରୁ କ୍ୱାସୀମଙ୍କୁ ମୁଖିଆ ଭାବେ ଚୟନ କରାଯାଇଛି । 

ମଧ୍ୟପ୍ରାଚ୍ୟରେ ବଢ଼ୁଛି ଯୁଦ୍ଧ ଆଶଙ୍କା
ହିଜବୁଲ୍ଲା ମୁଖ୍ୟର ନୂଆ ଧମକ
ନେତାନ୍ୟାହୁଙ୍କ ଘରେ ଡ୍ରୋନରେ ଆକ୍ରମଣ ଧମକ
ଯୁଦ୍ଧ ବିରାମ ପାଇଁ ହିଜବୁଲ୍ଲାର ପ୍ରସ୍ତାବ
ସର୍ତ୍ତ ପ୍ରସ୍ତାବ ମାନିବାକୁ ଇସ୍ରାଏଲ ନାରାଜ
ସେପଟେ ଇରାନ ଉପରେ ଆକ୍ରମଣ କରୁଛି ଇସ୍ରାଏଲ
ଆମେରିକା ନିର୍ବାଚନ ପୂର୍ବରୁ ବଡ ହଲଚଲ ଆଶଙ୍କା
ବିପୁଳମାତ୍ରରେ ମିସାଇଲ ମାଡ କରିପାରେ ଇସ୍ରାଏଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe