ହିଜବୁଲ୍ଲାର ଆକ୍ରମଣ ପରେ ଆକ୍ରୋଶିତ ହୋଇଉଠିଛି ଇସ୍ରାଏଲ

Advertisment

ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛି । ୧୬୫ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା ହିଜବୁଲ୍ଲା । ଯେଉଁଥିରେ ଜଣେ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଥିଲେ । ଗୋଟେପଟେ ଇସ୍ରାଏଲର ଆଟାକ ତ ଆରପଟେ ହିଜବୁଲ୍ଲାର କାଉଂଟର ଆଟାକ

ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛି । ୧୬୫ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା ହିଜବୁଲ୍ଲା । ଯେଉଁଥିରେ ଜଣେ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଥିଲେ । ଗୋଟେପଟେ ଇସ୍ରାଏଲର ଆଟାକ ତ ଆରପଟେ ହିଜବୁଲ୍ଲାର କାଉଂଟର ଆଟାକ

rocket

କନକ ବ୍ୟୁରୋ: ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛି । ୧୬୫ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା ହିଜବୁଲ୍ଲା । ଯେଉଁଥିରେ ଜଣେ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଥିଲେ । ଗୋଟେପଟେ ଇସ୍ରାଏଲର ଆଟାକ ତ ଆରପଟେ ହିଜବୁଲ୍ଲାର କାଉଂଟର ଆଟାକ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ରିପୋର୍ଟ କରିଛି ଯେ ଗାଲିଲି ଉପରେ ପାଖାପାଖି ୫୦ଟି ରକେଟ୍ ନିକ୍ଷେପ କରାଯାଇଥିଲା, ଯେଉଁଥିରୁ କେତେକ ରକେଟକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅଟକାଇ ଦିଆଯାଇଥିଲା । ତେବେ କାର୍ମିଲ ଅଞ୍ଚଳ ଓ ଆଖପାଖ ସହରକୁ ଟାର୍ଗେଟ କରିବାରେ ଅନେକ ରକେଟ୍ ସଫଳ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଅଂଚଳରେ ଘଟିଛି। 

ହିଜବୁଲ୍ଲା କହିଛି  ସେମାନେ କାର୍ମିଲ ବସ୍ତିରେ ପାରାଟ୍ରୁପର୍ସ ବ୍ରିଗେଡ୍ର ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।ଇସ୍ରାଏଲର ବ୍ରହ୍ମାସ୍ କୁହାଯାଉଥିବା ଆଇରମଡୋମ ମଧ୍ୟ ଫେଲ ମାରିଛି ହିଜବୁଲ୍ଲାର ରକେଟ ମାଡରେ । ମାତ୍ର କିଛି ସମୟ ପାଇଁ ରକେଟକୁ ଅଟେକାଇଥିଲା ଆଇରମ ଡ୍ରୋମ । ହେଲେ ଇସ୍ରାଏଲ ଦାବି କରିଛି ଅଧିକାଂଶ ରକେଟ୍ କୁ ଅଟକାଇ ଦିଆଯାଇଛି । ହିଜବୁଲ୍ଲା ଲଗାତାର ଦୁଇଟି ଆକ୍ରମଣରେ ପାଖାପାଖି ୯୦ଟି ରକେଟ୍ ନିକ୍ଷେପ କରିଥିଲା। ପ୍ରଥମ ଆକ୍ରମଣ ସମୟରେ ଆଇଡିଏଫ କହିଛି ଯେ ଅଧିକାଂଶକୁ ଅଟକାଯାଇଥିଲା, କିନ୍ତୁ ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe