କନକବ୍ୟୁରୋ : ଖଇରପୁଟରେ ହେଟା ବାଘ ଆତଙ୍କ ।  ଅଧରାତିରେ ୫ ଛେଳି ଖାଇଗଲା ହେଟା ବାଘ । ଗୋଟେ ପରେ ଗୋଟେ ଛେଳିକୁ ଟାଣିନେଇ ଜଙ୍ଗଲକୁ ଚାଲିଗଲା ।   କୁମାରପୁଟ ସାହି ଭିତରେ ଏବେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି ।  ଗାଁର ସମାରୀ ଧାଙ୍ଗଡା ମାଝିଙ୍କ ଛେଳି ଖାଇଦେଇଛି ହେଟା ବାଘ ।   ଗୁହାଳରେ ବନ୍ଧା ହୋଇଥିଲେ ୬ ଛେଳି  ।   ଏଥି ମଧ୍ୟରୁ ୫ ଛେଳିକୁ ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି ସମାରୀ  ।  ଏପଟେ ଏ ନେଇ ଅବଗତ ରହିଛୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ମାଥିଲି ବନାଂଚଳ ଅଧିକାରୀ  ।