ଚନ୍ଦକାରେ ହାତୀଙ୍କୁ ହରପିସ୍‌ ଭୟ; କୁଙ୍କି ହାତୀ ମାମାର ମୃତ୍ୟୁ ପରେ ତତ୍ପର ବନ ବିଭାଗ

ଚନ୍ଦକାରେ ହାତୀଙ୍କୁ ହରପିସ୍‌ ଭୟ; କୁଙ୍କି ହାତୀ ମାମାର ମୃତ୍ୟୁ ପରେ ତତ୍ପର ବନ ବିଭାଗ, ଅନ୍ୟ ୪ ହାତୀଙ୍କୁ ସଂଗରୋଧରେ ରଖାଯାଇଛି ।

harpis

କନକ ବ୍ୟୁରୋ: ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୭ ବର୍ଷର ମାଈ ହାତୀ ମାମାର ମୃତ୍ୟୁ ପରେ ତତ୍ପର ବନ ବିଭାଗ। ଚନ୍ଦକା ଓ ନନ୍ଦନକାନନରେ ଥିବା ୪ ହାତୀଙ୍କୁ ଆଇସୋଲେସନରେ ରଖାଯାଇଛି। ଚନ୍ଦକା ଓ ନନ୍ଦନକାନନରେ ଥିବା ଉମା, କାର୍ତ୍ତିକ, ଜଗା ଓ ନନ୍ଦର ରକ୍ତ ନମୁନା ରିପୋର୍ଟ ଗତକାଲି ରାତି ଗୋଟାଏ ବେଳେ ଆସିଛି। ଓୟୁଏଟିରୁ ଆସିଥିବା ରିପୋର୍ଟରେ କେହି ହର୍ପିସ୍‌ ରୋଗରେ ଆକ୍ରାନ୍ତ ହୋଇନଥିବା ଉଲ୍ଲେଖ ରହିଛି। 

ଦୁଇ ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି। ହାତୀଙ୍କୁ ସିମ୍ଟୋମେଟିକ୍ ଆଣ୍ଟିଂ ଭାଇରସ୍ ଟ୍ରିଟମେଂଟ କରାଯାଉଛି। ଆଇସୋଲେସନ୍‌ରେ ଥିବା ହାତୀଙ୍କୁ ଅଲଗା ରଖାଯିବା ସହ ସମସ୍ତଙ୍କୁ ମେଡିସିନ୍ ଦିଆଯାଉଛି। ଜଙ୍ଗଲରେ ବୁଲୁଥିବା ହାତୀଙ୍କ ନିକଟରେ ଏହା ଦେଖାଯାଏନି ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି। ଗତକାଲି ୭ ବର୍ଷର ମାଈ ହାତୀ ମାମାର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ହାତୀ ସୁସ୍ଥ ଥିବା ବେଳେ ବୁଧବାର ସକାଳେ ହଠାତ୍ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe