କନକ ବ୍ୟୁରୋ: ହର୍ପିସରେ ସଂକ୍ରମିତ ହୋଇଛି ହାତୀ ‘ଅଭି’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ମାସର ହାତୀ ‘ଅଭି’ ହର୍ପିସରେ ସଂକ୍ରମିତ ହେବା ପରେ ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନାହିଁ। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଓ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ଅଭିର ଚିକିତ୍ସା ଚାଲିଛି। ତା’ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ଚିକିତ୍ସକ ଓ ମାହୁନ୍ତ। କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିବାରୁ ତାର ଚିକିତ୍ସା କରାଯାଉଥିଲା। ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ନହେବାରୁ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ହର୍ପିସ ପଜିଟିଭ ଆସିଛି। ଅଭିକୁ ୨୦୨୩ ଜୁନ ମାସ ୨୫ ତାରିଖରେ ୨ ମାସର ହୋଇଥିବା ଅବସ୍ଥାରେ କେନ୍ଦୁଝର ଘଟଗାଁରୁ ଉଦ୍ଧାର କରି ଅଣାଯାଇଥିଲା।
ହର୍ପିସରେ ସଂକ୍ରମିତ ହାତୀ ‘ଅଭି’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ମାସର ହାତୀ ‘ଅଭି’ ଅସୁସ୍ଥ
ହର୍ପିସରେ ସଂକ୍ରମିତ ହୋଇଛି ହାତୀ ‘ଅଭି’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ମାସର ହାତୀ ‘ଅଭି’ ହର୍ପିସରେ ସଂକ୍ରମିତ ହେବା ପରେ ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନାହିଁ।
/kanak/media/media_files/dAha7qB79qrPL6CkwSku.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)