କନକ ବ୍ୟୁରୋ: ଆଉଟ୍ସୋର୍ସିଂ ନିଯୁକ୍ତି ପାଇଁ ସମବାୟ ବିଭାଗର ଚିଠି । ୨୦ ଜଣ ଗ୍ରୁପ-ଡି’ କର୍ମଚାରୀ ନିଯୁକ୍ତି ପାଇଁ ଚିଠି, ଅର୍ଥ ବିଭାଗର ଅନୁମତି ପରେ ଆଉଟ୍ସୋର୍ସିଂ ନିଯୁକ୍ତି ପାଇଁ ଚିଠି
କେନ୍ଦୁଝର ଘରୋଇ ମେସ୍ରେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଧରଣୀଧର ବିଶ୍ବବିଦ୍ୟାଳୟରେ ଆନ୍ଥ୍ରୋପୋଲୋଜି ପିଜି ଛାତ୍ରୀ,ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ କେନ୍ଦୁଝର ଟାଉନ୍ ପୁଲିସ୍
୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ପାଇଁ ହେବ ନିର୍ଦ୍ଦେଶାଳୟ । ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ । ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ
ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଅଗ୍ନିକାଣ୍ଡ । ନୂଆ ଭୁବନ ହାଇସ୍କୁଲ ପରିସରରେ ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ, ପାଚିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ଅଘଟଣ
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସ୍ବାସ୍ଥ୍ୟ କର୍ମଚାରୀ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ରାୟଗଡ଼ା ମୁନିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ କୁଞ୍ଜ ରାଉତ । ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ଲାଞ୍ଚ ନେଉଥିଲେ
ଛୁଟିରୁ ଓହରିବାକୁ ଅମଲାଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅପିଲ୍। ଆନ୍ଦୋଳନରୁ ନଓହରିଲେ ପଦକ୍ଷେପ ଚେତାବନୀ । କ୍ୟାଡର ପୁନର୍ଗଠନ କଥା ରାଜସ୍ବ ବିଭଗକୁ ପଠାଯାଇଛି । ଅପେକ୍ଷା ନକରି ସମୂହ ଛୁଟି ଗ୍ରହଣୀୟ ନୁହେଁ ବୋଲି କହିଲେ ମନ୍ତ୍ରୀ
ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । UNର ବକ୍ତା ଲିଷ୍ଟରେ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ । ସେପ୍ଟେମ୍ବର ୨୩ରୁ ୨୯ ଯାଏ ଜାତିସଂଘରେ ଚାଲିବ ବିତର୍କ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେଲା ରାହୁ ରେଖା । ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତି ପାଇଁ ୪ ଘଣ୍ଟା ବନ୍ଦ ଥିଲା ସାଧାରଣ ଦର୍ଶନ । ଭାଦ୍ରବ ମାସ କୃଷ୍ଣପକ୍ଷ ରେଖାପଞ୍ଚମୀରେ ଲାଗି ହୁଏ ରାହୁ ରେଖା
ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାନ୍ଥରେ ଧମକପୂର୍ଣ୍ଣ ଲେଖା ଘଟଣା । ସିସିଟିଭି ଫୁଟେଜ ଆଧରରରେ ଜଣକୁ ଅଟକ ରଖି ପୁଲିସର ପଚରାଉଚରା । ବ୍ୟକ୍ତି ଜଣଙ୍କ ମାନସିକ ବିକାରଗସ୍ତ ସୂଚନା
ପୁଣି ବିଳିବିଳାଇଲା ପାକିସ୍ତାନ । ପାକ୍ ପିଏମ୍ ଶେହବାଜ ସରିଫ୍ କହିଲେ, ଆମ ପାଣି ଆମଠୁ କେହି ଛଡ଼ାଇ ନେଇପାରିବେନି । ଯଦି କେହି ଚେଷ୍ଟା କରେ ଆମେ କାହାକୁ ଛାଡ଼ିବୁନି । ସୋସିଆଲ ମିଡିଆରେ ଚର୍ଚ୍ଚା, ଅପରେସନ୍ ସିନ୍ଦୂର ବୋଧହୁଏ ଭୁଲିଗଲାଣି ପାକିସ୍ତାନ