କନକ ବ୍ୟୁରୋ: ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ହୋଇନି । ଅନଔପଚାରିକ ଭାବରେ ସାଂସଦଙ୍କ ସହ କରିଥିଲୁ ମିଟିଂ

Advertisment

ଅନାସ୍ଥା ଚର୍ଚ୍ଚା ଭିତରେ ବିଜେପି ସଭାପତିଙ୍କ ବଡ଼ ବୟାନ । କହିଲେ, ଅନାସ୍ଥା ଆସିଲେ ସାମ୍ନା କରିବୁ । ସେପଟେ ବଳଙ୍ଗା ପୀଡ଼ିତା ସୁସ୍ଥ ଥିବା ନେଇ ଦେଲେ ପ୍ରତିକ୍ରିୟା

ବଢୁଛି ବର୍ଷା, ଫୁଲୁଛି ନଈ । ମଥାନୀରେ ବିପଦ ସଂକେତ ଟପିଲା ଜଳକା, ସୁନ୍ଦରଗଡ଼ ଇବ୍‌ ନଦୀରେ ଆସିଲା ପ୍ରଥମ ବନ୍ୟା ଜଳ । ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ବାରିପଦା ଜମ୍ଭିରା ନଦୀ ବନ୍ଧ

ବିହାର ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ସାମ୍ବାଦିକଙ୍କୁ ମାସକୁ ମିଳିବ ୧୫ହଜାର ପେନ୍‌ସନ୍‌ । ଉପକୃତ ହେବେ ହଜାର ହଜାର ସାମ୍ବାଦିକ

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି । ହୀରାକୁଦର ୨୦ ଗେଟ୍‌ ଖୋଲା । ମହାନଦୀ ଫୁଲୁଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପ୍ରେମ ପାଇଁ ଝିଅର ନାରକୀୟ କାଣ୍ଡ । ପୂରା ପରିବାରକୁ ଖାଦ୍ୟରେ ଦେଇଦେଲା ବିଷ । ସମସ୍ତେ ମେଡିକାଲରେ ଭର୍ତ୍ତି । ଯାଜପୁର ଦଶରଥପୁରରୁ ଆସିଲା ସାଙ୍ଘାତିକ ଚିତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଲୋକପ୍ରିୟ ନେତା । ଆମେରିକୀୟ କମ୍ପାନି ମଣିଂ କନ୍‌ସଲ୍ଟର ସର୍ଭେରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଛରେ ପକାଇଲେ ମୋଦୀ । ୭୫ ପ୍ରତିଶତ ଲୋକ ମୋଦୀଙ୍କୁ କରିଛନ୍ତି ପସନ୍ଦ

ଆଜି କାରଗିଲ୍‌ ବିଜୟ ଦିବସ । ୧୯୯୯ କାରଗିଲ୍‌ ଯୁଦ୍ଧରେ ସହିଦ ବୀର ଯବାନଙ୍କୁ ସ୍ମୃତିରେ ହେଉଛି ପାଳିତ । ୨ ମାସର ଲଢ଼େଇ ପରେ ଆଜି ଦିନରେ ମିଳିଥିଲା ଭାରତୀୟ ଯବାନଙ୍କୁ ବିଜୟ

ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା । ଆଜି କଟକ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍ । ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦୃଷ୍ଟିରୁ ଛୁଟି ବାତିଲ୍ ଘୋଷଣା କଲେ ଜିଲ୍ଲାପାଳ । ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ

ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା । ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି । ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ।