କନକ ବ୍ୟୁରୋ: ଅବପାତର ପ୍ରଭାବ । କାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସବୁ ଛୁଟି ବାତିଲ କଲେ କଟକ ଜିଲ୍ଲାପାଳ

Advertisment

ଅବପାତ ପ୍ରଭାବରେ କାଲିଠୁ ପ୍ରବଳ ଛେଚିବ । କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା 

ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ସରକାରଙ୍କ ବଡ଼ ବୈଠକ । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ବସିଲା ବୈଠକ । ବୈଠକରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍, ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା

ପୁଣି ଥରେ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ପ୍ରଧାନମନ୍ତ୍ରୀ ଭାବରେ ରହି ଇନ୍ଦିରା ଗାନ୍ଧିଙ୍କ ରେକର୍ଡ କାଟିଲେ । ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା

ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଘୋଷଣା । ଏଣିକି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଉ ଆସିବାକୁ ପଡ଼ିବନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର । ରାଜ୍ୟର ୩୩ଟି ଉପଖଣ୍ଡ ଡାକ୍ତରଖାନାରେ ସୁବିଧା ଯୋଗାଇବାକୁ ବ୍ୟବସ୍ଥା ହୋଇଛି

ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ । ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ପ୍ରଫେସର ଦଣ୍ଡପାଟ

ଜୁଲାଇ ୨୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣଙ୍କ ଅନଲାଇନ୍ ପଞ୍ଜୀକରଣ ଶେଷ । ଜୁଲାଇ ୨୫ ତାରିଖ ସକାଳ ୧୦.୦୦ଟାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିଥିଲା ପୋର୍ଟାଲ

ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ପାଇଁ କଟକଣା କରୁଛି କଲବଲ । ବଡ଼ମ୍ବା ମାଣିଆବନ୍ଧରେ ତେଲ ଭରିବାକୁ ଗାଡିରୁ ଟାଙ୍କି ଖୋଲି ଆଣିଲେ ଲୋକେ । ସେପଟେ ବାଲିପାଟଣାରେ ସାଇକେଲରେ ପାଣି ପମ୍ପ ଆଣି ପେଟ୍ରୋଲ ଭରିଲେ ଚାଷୀ

ରାଜ୍ୟପାଳଙ୍କ ଭୂମିକାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ । ରାଜଭବନରେ ସୀମିତ ନରହି ଜନସମ୍ପର୍କ ଅଭିଯାନରେ ସାମିଲ୍ ହେବେ ନୂଆ ରାଜ୍ୟପାଳ । ମନ୍ତ୍ରୀଙ୍କ ପାଖକୁ ଯାଇ ବୁଝିବେ ବିଭାଗ କାମ

ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ, କେନ୍ଦ୍ରକୁ ୧୭ଟି ପ୍ରସ୍ତାବ ଯାଇଥିବା ସଂସଦରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ