କନକ ବ୍ୟୁରୋ: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସ ଦେଇଛି ବନ୍ଦ ଡାକରା, ପୂରା ରାଜ୍ୟରେ ଅଖଚକ ବନ୍ଦ

Advertisment

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି । ଛାମୁଆ ନେତାଙ୍କୁ ଉଠାଇ ନେଲା ପୁଲିସ୍‌

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । କଡ଼ା ସୁରକ୍ଷାରେ ଲୋକସେବା ଭବନ ଗଲେ ମୁଖ୍ୟମନ୍ତ୍ରୀ…ଅନେକ ସରକାରୀ କାର୍ଯ୍ୟକ୍ରମ ରହିଥିବା ସୂଚନା

ବନ୍ଦର ବଡ଼ ପ୍ରଭାବ । ରାସ୍ତାରେ ଗଡ଼ିଲାନି ଗାଡ଼ି, ବନ୍ଦ ହେଲା ଦୋକାନ ବଜାର । ସବୁ ଆଡେ କେବଳ ଖାଁ ଖାଁ

ଓଡ଼ିଶା ବନ୍ଦରେ ଘାଣ୍ଟି ହେଲେ ସାଧାରଣ ଜନତା । କିଏ ବସଷ୍ଟାଣ୍ଡରେ ତ ଆଉ କିଏ ରେଲୱେ ଷ୍ଟେସନରେ ଭୋକ ଉପାସରେ ବସିଲେ

କଂଗ୍ରେସର ବନ୍ଦ ଡାକରା । ବର୍ଷିଲେ ସାଂସଦ ଅପରାଜିତା । କହିଲେ, ସେମାନେ ନିଜେ ନିଜର ଆତ୍ମସମୀକ୍ଷା କରନ୍ତୁ । ବାଲେଶ୍ୱର ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ହୋଇଛି ଆକ୍ସନ

ବାଲେଶ୍ୱର ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କହିଲେ, ବାରମ୍ବାର ଦାବି ପରେ ବି ସରକାର କଲେନି ଷ୍ଟାଣ୍ଡିଂ କମିଟି । ସରକାରଙ୍କ ଭୁଲ୍‌ ପାଇଁ ଝିଅର ଜୀବନ ଗଲା

ଏଫ୍‌ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ । ଆଜି କଲେଜ ଯାଇ କରିପାରେ ଖୋଳତାଡ଼ । ପ୍ରିନ୍ସପାଲ ଓ ଏଚ୍‌ଓଡିଙ୍କୁ କରାଯାଇପାରେ ଜେରା । ଆଇସିସି ଟିମ୍‌କୁ ମଧ୍ୟ ହେବ ପଚରାଉଚରା

ବାଙ୍କୀ ଚାରିଘରିଆ ନିକଟରେ ମହନଦୀକୁ ଡେଇଁ ପଡ଼ିଲେ କନେଷ୍ଟବଳ । ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ଟିମ୍ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି,କାହିଁକି ଡେଇଁଲେ, କାରଣ ଅସ୍ପଷ୍ଟ 

ଓଡ଼ିଶା ବନ୍ଦ : ହେଲ୍‌ପ ଲାଇନ ନଂ ଜାରି କଲା କମିସନରେଟ୍ ପୁଲିସ୍‌ । ଯୋଗାଯୋଗ ପାଇଁ ହେଲ୍‌ପ ଲାଇନ ନଂ- ୦୬୭୪ ୨୫୪୩୫୪୧ ନମ୍ବର ଜାରି । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ । ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ ସାଧାରଣ ଜନତା