କନକ ବ୍ୟୁରୋ: ଅଖଚକ ଜାମ୍‌ କଲେ ଡ୍ରାଇଭର । ରାସ୍ତାରେ ଗଡ଼ୁନି ଗାଡ଼ି, ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା । ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ 

Advertisment

ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି ଦାୟିତ୍ବ ।  ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ହିଁ ନୋମିନେସନ୍ ଭରିଥିଲେ । ଆଜି ଦିନ ୧୧ ଟାରେ ବିଧିବଦ୍ଧ ଭାବେ ସଭାପତି ଭାବରେ ମନମୋହନଙ୍କ ନାଁ କରାଯିବ ଘୋଷଣା 

କାଲି ସରିଲା ଅଧରପଣା । ଆଜି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ସାଙ୍ଗରେ ଯାଇନଥିବାରୁ ସିଂହଦ୍ବାରରେ ହେବ ଲକ୍ଷ୍ମୀ-ନାରାୟଣଙ୍କ କଳି । ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଏବେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୦୮.୦୪ ଫୁଟ୍‌ । ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ ଜଳ, ନିଷ୍କାସନ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ ଜଳ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ୧୪ଟି ଦେଶ ଉପରେ ନୂଆ ଟାରିଫ୍ ପ୍ଲାନ୍ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍, ୧୪ ଦେଶକୁ ଚିଠି ଲେଖି ନିଷ୍ପତ୍ତି ଜଣାଇଲେ ଟ୍ରମ୍ପ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ପୂର୍ବାନୁମାନ । ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ନଦୀକୂଳିଆ ଲୋକ

ମାଆ ମଝିଘରିଆଣିଙ୍କ ହୁଣ୍ଡିର ସରିଲା ଗଣତି । ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ମିଳିଲା । ୩୮ ଗ୍ରାମ ସୁନା, ୨.୫୦୫ ଗ୍ରାମ ମିଳିଲା ରୁପା

ରାଉରକେଲାରେ ଆଇଇଡି ଜବତ । ଯବାନଙ୍କ ପାଇଁ ଖଞ୍ଜା ଯାଇଥିବା IED ଜବତ । ଓଡିଶା ଝାଡ଼ଖଣ୍ଡ ସୀମାରେ ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ଜବତ । ପ୍ରାୟ ୧୬ଟି ଟିଫିନ୍ ବୋମା ଜବତ

ଶ୍ରୀମନ୍ଦିରରେ ସରିଲା ରତ୍ନଭଣ୍ଡାର ମରାମତି କାମ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ଶେଷ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଦେଲେ ସୂଚନା । 

ହିମାଚଳରେ ପ୍ରକୃତି ନେଲା ୮୦ ଜୀବନ । ହିମାଚଳ ପ୍ରଦେଶରେ ପ୍ରାକୃତିକ ଦୁର୍ବିପାକର ସାଙ୍ଘାତିକ ଚିତ୍ର । ୧୬ ଦିନ ଭିତରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ୧୨୮ ଜଣ ଆହତ, ୩୮ ଏବେ ବି ନିଖୋଜ