କନକ ବ୍ୟୁରୋ: ଆନ୍ଦୋଳନ ଭିତରେ ସ୍ବାଭାବିକ ହେଲା ବସ୍‌ ଚଳାଚଳ । ଗତକାଲି ବସ୍‌ ଚାଲିବା ନେଇ ପୁରୀରେ ହୋଇଥିଲା ନିଷ୍ପତ୍ତି…ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ସୁରକ୍ଷା ଯୋଗାଇଦେବେ ସରକାର

Advertisment

ବସ୍‌ ଚାଲିଲା…ଆନ୍ଦୋଳନ ସଂପୂର୍ଣ୍ଣ ବନ୍ଦ ହେଲାନି । ଆଜି ବି ନିଜ ଦାବି ପୂରଣ ଦାବିରେ ଅଟଳ ଡ୍ରାଇଭର ମହାସଂଘ । ସରକାର ଦାବି ମାନିବା ନେଇ ଡ୍ରାଇଭର ଆଶାବାଦୀ

ଡେଲାଙ୍ଗକୁ ପୁଣି ଫେରିଲା ବ୍ଲାର୍ଡ ଫ୍ଲୁ । ଭୋପାଳରୁ ଆସିଲା ରକ୍ତ ନମୁନା ରିପୋର୍ଟ । ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବ ପ୍ରଶାସନ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ବଡ଼ ଖୁଲାସା । ଟେକ୍-ଅପ୍‌ର କିଛି ସେକେଣ୍ଡରେ ବନ୍ଦ ହୋଇଯାଇଥିଲା ଦୁଇଟି ଯାକ ଇଞ୍ଜିନ । ହଠାତ୍ ‘ରନ୍’ରୁ ‘କଟ-ଅଫ୍‌ ସ୍ଥିତିକୁ ଚାଲିଯାଇଥିଲା ଫୁଏଲ ସ୍ବିଚ୍‌

ଆଜି ଓଡ଼ିଶା ଫେରିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସ୍ବତନ୍ତ୍ର ବିମାନରେ ମଧ୍ୟାହ୍ନରେ ଭୁବନେଶ୍ବର ପହଞ୍ଚିବେ ବିଜେଡି ମୁଖିଆ । ଜୁନ ୨୦ରେ ଚିକିତ୍ସା ପାଇଁ ଯାଇଥିଲେ ମୁମ୍ବାଇ

ଦିଲ୍ଲୀ ୱେଲକମ୍ ଅଞ୍ଚଳରେ ଭୁଶୁଡ଼ିଲା କୋଠା । ୪ ମହଲା ବିଲ୍ଡିଂ ଭୁଶୁଡି ଅନେକ ଆହତ । ୪ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି । ଅନେକ ଭଙ୍ଗା କୋଠା ତଳେ ଫସିରହିଥିବା ସୂଚନା

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର IG ଓ ନାରଣପୁର ଜିଲ୍ଲା SPଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା ଅଛନ୍ତି । ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା

କଟକ ନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର । ଏନେଇ ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ । କଟକ-ନିର୍ଗୁଣ୍ଡି ଚତୁର୍ଥ ରେଲୱେ ଲାଇନ୍‌କୁ ମଧ୍ୟ ମଞ୍ଜୁରୀ । ଏଥିପାଇଁ ମୋଟ୍ ଖର୍ଚ୍ଚ ହେବ ୮୦୨.୯ କୋଟି ଟଙ୍କା, ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପାରେ ୨ଟି ସେତୁ ନିର୍ମାଣ ହେବ

ହଠାତ୍‌ ସୋସିଆଲ ମିଡିଆରେ ପୋଷ୍ଟ ହେଲା ଆଶା ଭୋସଲେ ଆଉ ନାହାନ୍ତି : ସ୍ପଷ୍ଟ କଲେ ପୁଅ, କହିଲେ ଚର୍ଚ୍ଚା ଖବର ପୂରା ମିଛ

ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ : ଗରମ ହେଉଛି ବିହାର ରାଜନୀତି