କନକ ବ୍ୟୁରୋ: ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଲଜ୍ଜ୍ୟା । ଘରେ ସ୍ୱାମୀ ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ କରିଥିବା ବ୍ୟକ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ସୂଚନା , ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ

Advertisment

କଟକରେ ଦୁର୍ଗା ପୂଜାକୁ ନେଇ ପ୍ରଶାସନର ଗାଇଡ୍‌ଲାଇନ୍‌ । ଏଣିକି ରାସ୍ତା ଉପରେ ହେବନି ତୋରଣ । କେବଳ ରାସ୍ତାକଡ଼ର ତୋରଣକୁ ଦିଆଯିବ ଅନୁମତି, ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ହେବ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା । ପ୍ରତିଟି ପୂଜା ମଣ୍ଡପ ପ୍ରଶାସନ ନିକଟରେ ଦାଖଲ କରିବେ ସତ୍ୟପାଠ

ୟୁକ୍ରେନ୍‌ର ସ୍ବତନ୍ତ୍ରତା ଦିବସରେ ରୁଷ୍ ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ।  ପରମାଣୁ ପ୍ଲାଣ୍ଟ ଓ ଫୁଏଲ୍ ଟର୍ମିନାଲର କ୍ଷତିଗ୍ରସ୍ତ । ୧୨ରୁ ଅଧିକ ଅଞ୍ଚଳରେ ୟୁକ୍ରେନର ୯୫ ଡ୍ରୋନ୍ ଖସାଇଲା ରୁଷ୍‌ । ସେପଟେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଥରିଲା ୟେମେନର ରାଜଧାନୀ 

ନୂଆଁଖାଇ ପାଇଁ ମା' ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ । ବଳବସପୁର ବେହେରା ପରିବାର ସରିଆ ଧାନ ଧରି ପହଞ୍ଚିଲେ , ଧାନ ଆଣି ସମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା । ନୂଆଁଖାଇ ଦିନ ନବାନ୍ନରେ ଲାଗି ହେବ

ମାଛ ଓ ଅଣ୍ଡାରେ କେତେ ଆତ୍ମନିର୍ଭରଶୀଳ ଓଡ଼ିଶା । ଓୟୁଏଟି ୬୪ ତମ ପ୍ରତିଷ୍ଠା ଦିବସରେ ସଫଳତା ବଖାଣୁଥିଲେ ମନ୍ତ୍ରୀ । ମଞ୍ଚ ଉପରେ ସତ ଦେଖାଇଲେ ରାଜ୍ୟପାଳ , ଭଦ୍ରକ ଗସ୍ତ ବେଳର ଉଦାହରଣ ଦେଇ ଦେଖାଇଲେ ଆଇନା । ପଚାରିଲେ ସବୁ ଭିତ୍ତିଭୂମି ଥାଇ ଆମେ କାହିଁକି ପଛୁଆ ?

ସୁନ୍ଦରଗଡରେ ସାର ପାଇଁ ଚାଷୀ ରାତି ଅନିଦ୍ରା । ମାଲକାନଗିରିରେ ଆଦିବାସୀ ମହାସଂଘର ଆନ୍ଦୋଳନ , ଧାନ ବଢ଼ିବା ବେଳେ ସାରା ରାଜ୍ୟରେ ୟୁରିଆ ସାରର ଅଭାବ । ଏପଟେ କୃଷି ମନ୍ତ୍ରୀଙ୍କ ମତ, ଅଧିକ ସାର ପ୍ରୟୋଗ କଲେ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । ଜୈବିକ ଚାଷ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ 

ମାରିଜୁଆନା ନିଶାରେ ଓଡ଼ିଶାର ଯୁବପିଢ଼ି। ବିମାନବନ୍ଦର ଦେଇ ଭୁବନେଶ୍ବର ଆସୁଛି ହାଇପ୍ରୋଫାଇଲ ନିଶା । ପଞ୍ଜାବୀ ସୁନ୍ଦରୀଙ୍କ ପୋଲ ଖୋଲି ଦେଲା କଷ୍ଟମ ବିଭାଗ,  ବ୍ୟାଗରୁ ଚାରି କୋଟି ଟଙ୍କାର ମାରିଜୁଆନା 

ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌ । କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେଭିଙ୍କ ଘୋଷଣା, ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ଭିଜିଟ କରିବାକୁ ଯିବ କହିଲେ କନକ

ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା । ପ୍ରବଳ ବର୍ଷାରେ ଫୁଲିଲା ବୈତରଣୀ ଓ ସୁବର୍ଣ୍ଣରେଖା…ବନ୍ୟା ମୁକିବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ପାଖେଇ ଆସୁଛି ଗଣେଶ ପୂଜା । ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର, ୨ ଶହ ଟଙ୍କାରୁ ୨୦ ହଜାର ପର୍ଯ୍ୟନ୍ତ ରହିଛି ମୂର୍ତ୍ତିର ଦର