କନକ ବ୍ୟୁରୋ: ଚାଷୀଙ୍କୁ ବଡ଼ ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ । ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି ବୋଲି କହିଲେ ଯୋଗାଣ ମନ୍ତ୍ରୀ
ଛତିଶଗଡ଼ ମୋହଲା ମାନପୁର ଜିଲ୍ଲାରେ ଏନକାଉଣ୍ଟର । ମଦନୱାଡା ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୨ କୁଖ୍ୟାତ ମାଓନେତା ନିପାତ ହୋଇଛନ୍ତି
ପିପିଲିରେ ଅଘଟଣ । ଦୀପ ନିଆଁ ଲାଗି ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି
ଘରୁ ଡାକି ନେଇ ଯୁବକଙ୍କୁ ହାଣି ହତ୍ୟା । ବେଗୁନିଆପଡ଼ା ଥାନା ସୋରଡ଼ାପଲ୍ଲିରେ ହତ୍ୟାକାଣ୍ଡ । ୩ ଜଣ ଯୁବକ ଡାକି ନେଇ ହତ୍ୟା କରିଥିବା ସୂଚନା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଛି ମୃତଦେହ
ତୃତୀୟ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ହିନସ୍ତା ହେଉଛନ୍ତି ଲୋକେ । ରାଗିଲେ ରାଜସ୍ବ ମନ୍ତ୍ରୀ । କହିଲେ, ଲୋକଙ୍କ କାମରେ ଅବହେଳା କଲେ କଟିବ ଦରମା । ଜିଲ୍ଲାପାଳମାନଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି
ଆଉଟ୍ସୋର୍ସିଂ ନିଯୁକ୍ତି ପାଇଁ ସମବାୟ ବିଭାଗର ଚିଠି । ୨୦ ଜଣ ଗ୍ରୁପ-ଡି’ କର୍ମଚାରୀ ନିଯୁକ୍ତି ପାଇଁ ଚିଠି, ଅର୍ଥ ବିଭାଗର ଅନୁମତି ପରେ ଆଉଟ୍ସୋର୍ସିଂ ନିଯୁକ୍ତି ପାଇଁ ଚିଠି
୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ପାଇଁ ହେବ ନିର୍ଦ୍ଦେଶାଳୟ । ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ । ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସ୍ବାସ୍ଥ୍ୟ କର୍ମଚାରୀ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ରାୟଗଡ଼ା ମୁନିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ କୁଞ୍ଜ ରାଉତ । ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ଲାଞ୍ଚ ନେଉଥିଲେ
ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । UNର ବକ୍ତା ଲିଷ୍ଟରେ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ । ସେପ୍ଟେମ୍ବର ୨୩ରୁ ୨୯ ଯାଏ ଜାତିସଂଘରେ ଚାଲିବ ବିତର୍କ
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସାବରକରଙ୍କ ଉପରେ ଟିପ୍ପଣୀ ଯୋଗଁ ହତ୍ୟା ଧମକ । ମହାରାଷ୍ଟ୍ର ସରକାରଙ୍କୁ ମାଗିଲେ ସୁରକ୍ଷା