କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଅନେକ ପ୍ରସଙ୍ଗରେ କରିଥାଇପାରନ୍ତି ଆଲୋଚନା
କୋମାରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଭୁବନେଶ୍ବର ଏମ୍ସରେ ଭେଣ୍ଟିଲେଟରରେ ଭର୍ତ୍ତି । ନିମୋନିଆ ଓ ଲିଭର ସିରୋସିସରେ ଆକ୍ରାନ୍ତ, ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ
ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ । ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ନିଯୁକ୍ତ
୩ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ । ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ନୂଆ ସଭାପତି ଘୋଷଣା । ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି , ଝିନ ହିକ୍କା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବା ବେଳେ ଜଗନ୍ନାଥ ସାରକା ହେଲେ ରାୟଗଡା ବିଜେଡି ଜିଲ୍ଲା ସଭାପତି
ଲିଫ୍ଟରେ ଥିଲେ ୨୭ ଜଣ,ଅଧାରୁ ଛିଡ଼ିଲା ଲିଫ୍ଟ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟରେ ଅଘଟଣ । ପ୍ରଥମ ମହଲାରୁ ଦ୍ବିତୀୟ ମହଲାକୁ ଯିବା ବେଳେ ଛିଡ଼ିଲା ଲିଫ୍ଟ, ସାଇରନ ଶବ୍ଦ ଶୁଣି ଉଦ୍ଧାର କଲେ କର୍ମଚାରୀ, ସମସ୍ତେ ସୁରକ୍ଷିତ
ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼ । କଟିଥିବା ହିତାଧିକାରୀଙ୍କୁ ସାମିଲ୍ ପାଇଁ ବଡ଼ ପଦକ୍ଷେପ, ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଚିଠି
ଉପରମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦର ୧୬ଟି ଗେଟ । ମହାନଦୀ ଅବବାହିକାରେ ବଢ଼ିଲା ବନ୍ୟା ଆଶଙ୍କା । ୧୦ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଲେ ଏସଆରସି , ସେପଟେ ଫୁଲୁଛି ବୈତରଣୀ
ଜବରଦଖଲକାରୀଙ୍କ କବଜାରୁ ମୁକୁଳିବ ମହାପ୍ରଭୁଙ୍କ ଭୂସମ୍ପତ୍ତି । ୫୮ ହଜାର ଏକର ଜମି ଫେରାଇ ଆଣିବା ପାଇଁ ଅଂଟା ଭିଡିଲେ ସରକାର । ୩୭ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ଥିବା ଆଇନମନ୍ତ୍ରୀଙ୍କ ସୂଚନା
ଜିଏସଟି ସଂସ୍କାର ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଫିଟ ଓ ହିଟ ହେବେ ଦେଶର ଯୁବ ସମାଜ । ଦେଶର ଅର୍ଥନୀତିରେ ଡବଲ ଡୋଜ ଭଳି କରିବ କାମ । ଛୋଟ ଓ ମଧ୍ୟମ ବାଇକ ହେବ ଶସ୍ତା
ଜିଏସଟି ହ୍ରାସ ପରେ କମିବ ଔଷଧ ମୂଲ୍ୟ । ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗିବନି ଟିକସ,ଅନ୍ୟ ମେଡିସିନ୍ ଉପରେ ୧୨ରୁ ୫ ପ୍ରତିଶତକୁ ହ୍ରାସ । ଚିକିତ୍ସା ଉପକରଣ ହେବ ଶସ୍ତା