Digital Headlines : ଅପରାହ୍ନ ୨ଟାର ୧୦ ମୁଖ୍ୟ ଖବର

ଝିଅର ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ସୌମ୍ୟାଶ୍ରୀଙ୍କ ବାପା । କହିଲେ, ଉପଯୁକ୍ତ ତଦନ୍ତ ହେବ ବୋଲି ମୋର ଆଶା । ଆଇନ୍ , ଶାସନ , ସରକାର , ବ୍ୟବସ୍ଥା ଉପରେ ମୋର ଭରସା ଅଛି

2PM headlines

2PM headlines Photograph: (Kanak News)

କନକ ବ୍ୟୁରୋ: ବାଲେଶ୍ୱର ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ । ପୂରା ରାଜ୍ୟରେ ତେଜିଲା ରାଜନୀତି । ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ

ପଞ୍ଚଭୂତରେ ଲୀନ ହେଲା ସୌମ୍ୟାଶ୍ରୀଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଡ଼ିଲା ପୂରା ପରିବେଶ 

ସୌମ୍ୟାଶ୍ରୀ ବିଶି ମୃତ୍ୟୁ ପରେ ସରଗରମ ରାଜ୍ୟ ରାଜନୀତି, ସବୁ କଲେଜ ଆଗରେ ବିକ୍ଷୋଭ କରିବ ଛାତ୍ର ବିଜେଡି, ୧୭ ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଝିଅର ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ସୌମ୍ୟାଶ୍ରୀଙ୍କ ବାପା । କହିଲେ, ଉପଯୁକ୍ତ ତଦନ୍ତ ହେବ ବୋଲି ମୋର ଆଶା । ଆଇନ୍ , ଶାସନ , ସରକାର , ବ୍ୟବସ୍ଥା ଉପରେ ମୋର ଭରସା ଅଛି

ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ବିଟ୍ । ଏହା ଦୁର୍ଘଟଣା ନୁହେଁ , ଏପରି ବ୍ୟବସ୍ଥାର ଏକ ଫଳ । ବିଫଳ ବ୍ୟବସ୍ଥା ପାଇଁ ନିରୀହ ଜୀବନ ଚାଲିଗଲା

ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା । ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । 

ଆଜି ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି କରାଯିବ । ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରେଭେନ୍ସା ଅନୁଭୂତି ନେଇ ମତ ରଖିଲେ ରାଷ୍ଟ୍ରପତି । କହିଲେ, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି । ଏହା କେବଳ ଇଟା ସିମେଣ୍ଟରେ ଗଢ଼ା ନୁହେଁ, ଏକ ଶାଳଗ୍ରାମ

ଗଲୱାନ ସଂଘର୍ଷ ପରେ ପ୍ରଥମ ଚୀନ୍ ଗସ୍ତ: ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧିଙ୍କ କ୍ଷୋଭ । କହିଲେ, ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ବାରା ସଂଗଠିତ ହତ୍ୟା । ଯୌନ ଶୋଷଣ ବିରୋଧରେ ସାହସୀ ଝିଅ ସ୍ବର ଉଠାଇଲେ କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା

ଦେଶରେ ସଫଳ ହେଉଛି ମାଓ ନିପାତ ଅଭିଯାନ, ଗୋଟିଏ ବର୍ଷରେ ମରିଛନ୍ତି ୩୫୭ ମାଓବାଦୀ, ସ୍ପଷ୍ଟକଲା ମାଓ ସଂଗଠନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe