କନକ ବ୍ୟୁରୋ: ମାଲକାନଗିରି, ଯାଜପୁର, ଜଗତସିଂହପୁର ଓ ପୁରୀରୁ ଆସିଲା ସାଙ୍ଘାତିକ ଘଟଣା । କେଉଁଠି ଗଣଦୁଷ୍କର୍ମ ତ ଆଉ କେଉଁଠି ଯୁବତୀଙ୍କୁ ଅସଦାଚରଣ । ଥାନାରେ ମାମଲା ଦାୟର ପରେ ପୁଲିସ୍‌ ଆରମ୍ଭ କଲା ତଦନ୍ତ

Advertisment

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା । ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା, ଏପଟେ ତଦନ୍ତ ଚଳାଇଛି ପୁଲିସ୍‌

କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ସରୁନି ସମ୍ପତ୍ତିର ହିସାବ । ରାତି ସାରା ସମ୍ପତ୍ତି ହିସାବ କରି କରି ହାଲିଆ ଭିଜିଲାନ୍ସ ଅଧିକାରୀ,୧୧୫ ପ୍ଲଟ୍ ସହ ବ୍ୟାଙ୍କରୁ ମିଳିଲାନି ୫୦ ଲକ୍ଷ 

ଖୁବଶୀଘ୍ର ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳବଦଳ । ଅଚାନକ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବଢିଲା ଚର୍ଚ୍ଚା । ପ୍ରାୟ ୨୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା


ମୌସୁମୀ ଅଧିବେସନର ପ୍ରଥମ ଦିନରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦ ଛାଡିଲେ ଜଗଦୀପ ଧନକଡ଼ । ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର 
କାହିଁକି ଇସ୍ତଫା ଦେଲେ ଉପରାଷ୍ଟ୍ରପତି?

ଆଜିଠୁ ପ୍ଲାଷ୍ଟିକ୍‌ ବୋତଲରେ ମିଳିବନି ପେଟ୍ରୋଲ୍‌ । ବାଲେଶ୍ୱର ଘଟଣା ପରେ ଚେତିଲେ ପେଟ୍ରୋଲ ପମ୍ପ ଆସୋସିଏସନ୍‌ ଓ ସରକାର । ଗତକାଲି ଲୋକସେବା ଭବନରେ ହୋଇଥିବା ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି

ଭୂ-କମ୍ପ ଝଟ୍‌କାରେ ଥରିଲା ଉତ୍ତର ଭାରତ । ସକାଳୁ ସକାଳୁ ହରିୟାଣା ଓ ଦିଲ୍ଲୀରେ ଭୂ-କମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ


CBSEର ବଡ଼ ନିଷ୍ପତ୍ତି । ପ୍ରତିଟି ସ୍କୁଲରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ । ପ୍ରତି ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ଲାଗିବ ସିସିଟିଭି, ଅଡିଓ-ଭିଜୁଆଲ୍ ବ୍ୟବସ୍ଥା ଥିବା ହାଇ ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି

ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି

ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା ।  ହାଇକୋର୍ଟରେ ରୁଜୁ ମାମଲାର ଆଜି ହେବ ଶୁଣାଣି । ଘଟଣାର SIT ତଦନ୍ତ ନିବେଦନ କରି ହୋଇଛି ମାମଲା, ଅଦାଲତଙ୍କ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ପିଟିସନ୍‌ରେ ନିବେଦନ । ମାନବାଧିକାର କର୍ମୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ରୁଜ