କନକବ୍ୟୁରୋ :ମଧ୍ୟପ୍ରାଚ୍ୟରେ ଭୀଷଣ ହେଉଛି ଯୁଦ୍ଧ ପରିସ୍ଥିତି। ଇସ୍ରାଏଲ ନିଜ ସୀମା ଡେଇଁ ଲେବାନନକୁ ଆକ୍ରମଣ କରିଚାଲିଛି। ଶୁକ୍ରବାର ରାତିରେ ଲେବାବନର ବେରୁଟ ଉପରେ ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଏଥିରେ ହିଜବୁଲ୍ଲାର ମୁଖ୍ୟ ଲିଡର ହସନ ନସରୁଲ୍ଲା ନିପାତ ହୋଇଥିବା ଚର୍ଚ୍ଚା ହେଉଛି । ହିଜବୁଲ୍ଲାକୁ ହସନ ବେରୁଟ ବେସରୁ ଅପରେଟ କରୁଥିଲା । ଗୁଇନ୍ଦା ସୁଚନା ପାଇ ହିଜବୁଲ୍ଲାର ବେରୁଟ ସ୍ଥିତ ଆଡ୍ଡାକୁ ଉଡାଇ ଦେଇଛି ଇସ୍ରାଏଲ ।

Advertisment

ଏହା ପୂର୍ବରୁ ଗୁରବାର ଇସ୍ରାଏଲକୁ ଏକ ବଡ଼ ସଫଳତା ମିଳିଥିଲା। ହିଜବୁଲ୍ଲା ଗୋଷ୍ଠୀର ଡ୍ରୋନ୍ ମୁଖ୍ୟ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣରେ ନିପାତ ହୋଇଥିଲା । ପ୍ରଥମେ ଏନେଇ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଥିଲା। ପରେ ଲେବାନନ ଗଣମାଧ୍ୟମ ମଧ୍ୟ ଏହାକୁ ସତ ବୋଲି କହିଛି ।  ହିଜବୁଲ୍ଲା ଗୋଷ୍ଠୀରେ ମହମ୍ମଦ ସୁରୁର ଜଣେ ବରିଷ୍ଠ କମାଣ୍ଡର ଥିଲା।

ସେ ଏହାର ଡ୍ରୋନ୍ ୟୁନିଟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଗୋଟିଏ ପରେ ହମାସ୍ ସହ ଇସ୍ରାଏଲର ଲଢ଼େଇ ଚାଲିଛି। ଏପଟେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ମଧ୍ୟ ଲଢ଼େଇ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ।  ହିଜବୁଲ୍ଲାର ମୁଖ୍ୟ ଲିଡର ହସନ ନସରୁଲ୍ଲା ନିପାତ ହୋଇଥିବା ଚର୍ଚ୍ଚା ହେଉଛି ।

ହିଜବୁଲ୍ଲାକୁ ହସନ ବେରଟ ବେସରୁ ଅପରେଟ କରୁଥିଲା । ଗୁଇନ୍ଦା ସୁଚନା ପାଇ ହିଜବୁଲ୍ଲାର ବେରୁଟ ସ୍ଥିତ ଆଡ୍ଡାକୁ ଉଡାଇ ଦେଇଛି ଇସ୍ରାଏଲ । ହସନ ନସରୁଲ୍ଲା ଇସ୍ରାଏଲ ବିରୁଦ୍ଧ ଲଢେଇରେ ହିଜବୁଲ୍ଲାର ନେତୃତ୍ବ ନେଉଥିଲା । ଗତ ୩ ଦଶନ୍ଧି ଧରି ହିଜବୁଲ୍ଲାର କମାଣ ହସନ ନସରୁଲ୍ଲା ହାତରେ ରହିଆସିଛି । ନିଜ ରଣନୀତି ବଳରେ ମଧ୍ୟପ୍ରାଚ୍ୟରେ ହିଜବୁଲ୍ଲାକୁ ସବୁଠାରୁ ଘାତକ ସଂଗଠନ ଭାବରେ ଠିଆ କରିଥିଲା ହସନ । ୧୯୮୫ରେ ଆମେରିକା ଓ ରୁଷକୁ ଧମକ ଦେଇ ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା ହସନ ।

୧୯୯୭ରେ ହଜବୁଲ୍ଲାକୁ ଆତଙ୍କୀ ସଂଗଠନ ଘୋଷଣା କରିଥିଲା ଆମେରିକା । ସେତବେଳେ ଏହାର କମାଣ୍ଡ ହସନ ନସରୁଲ୍ଲା ହାତରେ ରହିଥିଲା । ତେବେ ହସନ ନସରୁଲ୍ଲା ଜୀବିତ ଥିବା ନେଇ ଦାବି କରିଛି ହିଜବୁଲ୍ଲାର ସହଯୋଗୀ ଇରାନ । ସେହିପରି ହିଜବୁଲ୍ଲା ବା ହସନର ମୃତ୍ୟୁ ଖବରରୁ ଅସ୍ବୀକାର କରିଛି ।  ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉଦବୋଧନ ଦେଇ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି ।

ଇରାନ ନେତୃବୃନ୍ଦଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ତୁମେ ଆମ ଉପରେ ଆକ୍ରମଣ କରିବ, ତେବେ ଆମେ ତୁମ ଉପରେ ଆକ୍ରମଣ କରିବୁ । ଇରାନର ପରମାଣୁ ଅସ୍ତ୍ରକୁ ଇଙ୍ଗିତ କରି ନେତାନ୍ୟାହୁ ଏହି ଟିପ୍ପଣୀ ଦେଇଛନ୍ତି । ସେହିପରି ଇସ୍ରାଏଲ ଏହାର ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟାୟରେ ଲେବାନନ ଉପରେ ଆକ୍ରମଣ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି । 

ଇରାନ ବିରୋଧରେ ବୈଶ୍ୱିକ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଏଥିସହ ତୁଷ୍ଟୀକରଣ ଶେଷ କରିବାକୁ ସାରା ବିଶ୍ୱକୁ ଅପିଲ କରିଛନ୍ତି । ଇସ୍ରାଏଲ ଶାନ୍ତି ଚାହୁଁଛି ଏବଂ ଏହାକୁ ଧ୍ୱଂସ କରିଦେବାକୁ ଚାହୁଁଥିବା ଘାତକ ଶତ୍ରୁ ବିରୋଧରେ ଲଢ଼େଇ କରୁଛି । ହମାସର କିଛି ଚିହ୍ନବର୍ଣ୍ଣ ରହିବ ନାହିଁ ଓ ଗାଜା ପୁନଃନିର୍ମାଣରେ ଇସ୍ରାଏଲର କୌଣସି ଭୂମିକା ରହିବ ନାହିଁ । ସଂପୂର୍ଣ୍ଣ ବିଜୟ ହାସଲ କରିବା ଯାଏଁ ଲଢ଼େଇ ଜାରି ରହିବ ବୋଲି ଦେଶ ପ୍ରତିଜ୍ଞା କରିଥିବା ନେତାନ୍ୟାହୁ କହିଛନ୍ତି ।