କନକ ବ୍ୟୁରୋ: ଭୁବନକୁ ଫେରିଲେ ହାତୀ ପଲ । ଢେଙ୍କାନାଳ ଜିଲ୍ଲା ପାର ହୋଇଯାଇଥିବା ହାତୀ ପୁଣି ଥରେ ଭୁବନ ଅଞ୍ଚଳକୁ ଫେରି ବ୍ୟାପକ ନଷ୍ଟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଭାରତୀ ପାହାଡ଼ରୁ ବାହାରି ଦୁଇଟି ହାତୀ ସୁକିନ୍ଦା ଅଞ୍ଚଳକୁ ଚାଲିଯାଇଥିଲେ । ହେଲେ ଗତକାଲି ରାତିରେ ଭୁବନ ଅଞ୍ଚଳକୁ ପୁନର୍ବାର ଫେରିଛନ୍ତି ଦୁଇଟି ଯାକ ହାତୀ । ଏବେ ଦୁଇଟି ହାତୀ ସହ ସହିତ ଆଉ ଗୋଟିଏ ଦନ୍ତା ହାତୀ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ହାତୀପଲଙ୍କୁ ଭୁବନ ବନାଞ୍ଚଳକୁ ଘଉଡ଼ାଇବା ବେଳେ ଭୁବନ ବନବିଭାଗ ସୁକିନ୍ଦା ବନାଞ୍ଚଳକୁ ଘଉଡ଼ାଉଛନ୍ତି । ଯାହାଫଳରେ ଭୁବନ ଅଞ୍ଚଳରେ ତିନି ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଲୁହା ଗେଟ୍ ଭାଙ୍ଗି କଦଳୀ ଓ ନଡ଼ିଆ ଗଛ ଭାଙ୍ଗି ଖାଇବା ସହିତ ପଥର ନିର୍ମିତ ପାଚେରୀ ଭାଙ୍ଗି ଦେଇଛନ୍ତି । ଏବେ ୩ ଟିକିଆ ହାତୀପଲ ବାଜିରାଉତ ସ୍ମୃତି ମହାବିଦ୍ୟାଳୟକୁ ଲାଗିରହିଥିବା ଜଙ୍ଗଲରେ ଡେରା ପକାଇଛନ୍ତି । ଯାହାଫଳରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ଭୁବନରେ ହାତୀ ଉପଦ୍ରବ: ନଷ୍ଟ କଲେ ଫସଲ, ଭୟରେ ଜଙ୍ଗଲକୁ ଲାଗିଥିବା ହଷ୍ଟେଲ୍ର ଛାତ୍ରଛାତ୍ରୀ
ଢେଙ୍କାନାଳ ଭୁବନ ଅଞ୍ଚଳରେ ହାତୀ ଉପଦ୍ରବ । ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ତିନି ଟିକିଆ ହାତୀପଲ । ପାଚିରି ଭାଙ୍ଗିବା ସହ, କଦଳୀ ବଗିଚା କଲେ ନଷ୍ଟ ।
/kanak/media/media_files/2025/09/01/17-elephant-herd-2025-09-01-09-29-14.jpg)