କନକ ବ୍ୟୁରୋ : ସୀମା ଅଞ୍ଚଳରେ ହାତୀପଲ ଦେଖି ଲୋକେ ଭୟଭୀତ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ଜଙ୍ଗଲରେ ୩୪ଟି ଶିମିଳିପାଳ ହାତୀ ରହିଛନ୍ତି । ଦେଉଳୀ ରେଞ୍ଜ ତଥା ଶୁଳିଆପଦା ବ୍ଲକ ଅନ୍ତର୍ଗତ ବଣକାଟି ଓ ଘଣଘଣା ଠାରୁ ମାତ୍ର ୧୦ରୁ ୧୨  କିଲୋମିଟର ଦୂର ପଡ଼ୋଶୀ ପଶ୍ଚିମବଙ୍ଗର ତପୋବନ ଜଙ୍ଗଲରୁ ବାହାରି ଆସି ଥିବା ବଡ଼ ହାତୀ ପଲକୁ ଦେଖି ଶୁଳିଆପଦା ବ୍ଲକର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଏନେଇ ଦେଉଳୀ ରେଞ୍ଜର ଜଗଦୀଶ ଦାସ କହିଛନ୍ତି ଯେ ବନବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ।

Advertisment

ଅଧିକ ପଢନ୍ତୁ : କୂଅରେ ପଡି ହାତୀ ଛୁଆର ମୃତ୍ୟୁ, ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପଡ଼ିଥିଲା ହାତୀଟି

ହାତୀ ପଲକୁ ଘୋଡାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଏତେ ମାତ୍ରାରେ ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିଥିବା ବେଳେ ଦୁଇ ଦିନ ତଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।