କନକ ବ୍ୟୁରୋ: ସମ୍ବଲପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ପାଦନ ହେବ ଔଷଧୀୟ ଚା’ ପତି। ମଧୁ ମେହ, ଗଣ୍ଠିବାତ, ହୃଦ୍‌ରୋଗ ଓ ରକ୍ତଚାପ ଭଳି ରୋଗରୁ ମିଳିବ ଉପଶମ। ଗନ୍ଧମାର୍ଦ୍ଦନରୁ ଜଡ଼ିବୁଟି ଅଣାଯାଇ ଆସାମ, ଦାର୍ଜିଲିଂ ଚା ପତିରେ ମିଶାଯିବ । ଦଶହରା ପରେ ଏହି ଚା ପତି ବଜାରରେ ପ୍ରବେଶ କରିବା ନେଇ ସୂଚନା ମିଳିଛି ।

Advertisment

ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁଷ୍ଟିସାଧନ ବିଭାଗ ପକ୍ଷରୁ ଔଷଧୀୟ ଚା’ର ଉତ୍ପାଦନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଫ୍ଲେବରର ଚା’ ପତି ଉପଲବ୍ଧ ହେବ । ଦଶହରାରେ ବଜାରରେ ପ୍ରବେଶ କରିବ ହର୍ବାଲ ଟି। ଏହି ଚା’ ପିଇଲେ ୧୦ଟି ରୋଗରୁ ଉପଶମ ମିଳିବ ବୋଲି ଦାବି କରିଛନ୍ତି ପ୍ରସ୍ତୁତକର୍ତ୍ତା । ଭବିଷ୍ୟତରେ ୨୭ ପ୍ରକାରର ଚା’ପ୍ରସ୍ତୁତି ପାଇଁ ଯୋଜନା କରିଛି ବିଶ୍ୱ ବିଦ୍ୟାଳୟର ମିଳିତ ଟିମ୍ ।

କଳା ତୁଳସୀ, ରାମ ତୁଳସୀ, ଧଳା ତୁଳସୀ, କର୍ପୂର ତୁଳସୀ, ଜଷ୍ଟିମଧୁ, ଅଶ୍ଵଗନ୍ଧା ମିଶ୍ରଣରେ ପ୍ରସ୍ତୁତ ତୁଳସୀ ଚା’ କେମୋମାଇନ୍ ନାମକ ଫୁଲ ଓ ଗ୍ରୀନ୍-ଟି ମିଶ୍ରଣରୁ ପ୍ରସ୍ତୁତ କେମୋମାଇନ୍ ଟି ନିଦ୍ରହୀନତା, ହାଇପର୍‌ଟେନ୍‌ସନ୍ ଓ ମସ୍ତିଷ୍କକୁ ଚାପ ମୁକ୍ତ କରିବାରେ ସହାୟକ   । ଅର୍ଜୁନ ଛାଲି, ଅଶ୍ୱଗନ୍ଧା, ପିପ୍ପଳିରେ ଜଡିବୁଟି ମିଶାଇ ପ୍ରସ୍ତୁତ କାର୍ଡିଆକ୍ ଟି   । ହୃଦ୍‌ରୋଗୀଙ୍କ ପାଇଁ ବିଶେଷ ଉପ‌ଯୋଗୀ ସୁଗନ୍ଧି, ରସ୍ନା ଜଡ଼ି, ପିପ୍ପଳି, ଅଶ୍ଵଗନ୍ଧା, ଦେଷଣ୍ଡ, ଘୁଲି ଝିକର୍ ଜଡିବୁଟିରେ ପ୍ରସ୍ତୁତ ଆର୍ଥାରାଇଟିସ୍ ଟି  । ଗଣ୍ଠିବିନ୍ଧା, ଗୋଡ଼ଫୁଲା ଏବଂ ବାତରୋଗରୁ ମିଳିବ ଉପଶମ । କାର୍ଡିମମ୍ ଟି, ଡାଇବେଟିକ୍ କେୟାର ଚା’ ପତି ପ୍ରସ୍ତୁତ କରାଯାଉଛି , ଆଣ୍ଟି ଆକ୍ସିଡାଣ୍ଟ ଭାବେ ବ୍ୟବହାର କରିପାରିବେ ରୋଗୀ, ଚା’ ପାଇଁ ଲ୍ୟାବ ପରୀକ୍ଷଣ ଶେଷ ହୋଇଛି, ଦଶହରାରେ ଏହା ବଜାରକୁ ଆସିପାରେ ।