କନକ ବ୍ୟୁରୋ: ଝାଡଖଣ୍ଡରେ ଏଥର କଡା ଛକାପଞ୍ଝା ଚାଲିଥିଲା । ଶେଷରେ ବିପୁଳ ବହୁମତ ହାସଲ କରିଛି ଜେଏମଏମ ମେଣ୍ଟ । ଏବେ ସୁଦ୍ଧା ମିଳିଥିବା ସୂଚନା  ଅନୁସାରେ, ୮୧ ସିଟରୁ ୫୭ରୁ ଅଧିକ ଆସନରେ ବିଜୟ ପତାକା ଉଡାଇସାରିଲାଣି ହେମନ୍ତଙ୍କ ମେଣ୍ଟ । ବିଜୟ ସୁନିଶ୍ଚିତ ହେବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହେମନ୍ତ ସୋରେନ୍ କହିଛନ୍ତି, ଆଜିର ପରଣାମ ଶ୍ରେୟ ମୋ ସ୍ତ୍ରୀ କଳ୍ପନାଙ୍କର । ସେ ୱାନ୍ ମ୍ୟାନ୍ ଆର୍ମି ।

Advertisment

ହେମନ୍ତ କହିଛନ୍ତି , ‘ମୁଁ ଜେଲରେ ଥିବାବେଳେ ଧୈର୍ଯ୍ୟର ସହ କଳ୍ପନା ସ୍ଥିତିକୁ ସମ୍ଭାଳିଥିଲେ । ନିର୍ବାଚନ ଘୋଷଣା ହେବା ପରେ ଭୋଟରଙ୍କ ପାଖକୁ ଯାଇ ଉଚିତ ମୁଦ୍ଦା ରଖିଥିଲେ । ଜେଲରୁ ଫେରିବା ପରେ ମୋ ସହ ମିଶି ରୋଡ ମ୍ୟାପ୍ କରିବା ସହ ଏହାକୁ କାର୍ଯ୍ୟକାରୀ କରିଥିଲେ । ଭୋଟରଙ୍କ ମୁଣ୍ଡରେ ଚାଲିଥିବା ପ୍ରଶ୍ୱର ଉତ୍ତର ବି ରଖିଥିଲେ କଳ୍ପନା’ ।
 ହେମନ୍ତ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ଜେଲରେ ଥିବାବେଳେ କଳ୍ପନା ତାଙ୍କର ବେଷ୍ଟ ଦେଇଥିଲେ । ସେ ସମୟରେ ସେ ୱାନ୍ ମ୍ୟାନ୍ ଆର୍ମି ସାଜିଥିଲେ । ଏଥର ଆମେ ଦୁହେଁ ମିଶି ଲଢିଲୁ  । ତେବେ ଏଥର ଯେଭଳି ଲଢେଇ ହୋଇଥିଲା ଏଭଳି ମୁଁ କେବେ ଦେଖିନଥିଲି କି ଆଗକୁ ଦେଖିବି ବୋଲି ଭାବୁନି ।’ ।