କନକ ବ୍ୟୁରୋ  : ଦିଅଁଙ୍କ ଆଗରେ ଗୁହାରିଆ ପଡ଼ିଛି ସ୍ତ୍ରୀ … ତା’ଶଂଖା ସିନ୍ଦୁରକୁ ବଞ୍ଚେଇଦେବାକୁ କାନି ପାତି ଭିକ ମାଗୁଛି । ଅଭାବ ସଂସାରକୁ ସଜାଡ଼ି ଦେବାକୁ କରୁଛି ପ୍ରାର୍ଥନା । 

Advertisment

ଘର ଅଗଣାରେ ନିସ୍ତେଜ ହୋଇ ପଡ଼ିଥିବା ଏ ମଣିଷ ବାଲେଶ୍ବର ବସ୍ତା ନଟାକଟା ପଞ୍ଚାୟତ ଚାଷପଡ଼ା ଗାଁର ସତ୍ୟବ୍ରତ ରଣା । ଦିନେ ଭାରି ଚଳଚଞ୍ଚଳ ଥିଲେ । ତେଲଭାଜି ଦୋକାନଟେ କରି ପରିବାର ଚଳାଉଥିଲେ । ଅଭାବ ଅସୁବିଧା ଭିତରେ ବି ଯାହା ରୋଜଗାର ହେଉଥିଲା ସେଥିରେ ସ୍ବାମୀ, ସ୍ତ୍ରୀ, ବୁଢ଼ୀ ମାଆ, ପିଲାଟିକୁ ନେଇ ସଂସାର ଗାଡ଼ି ଚାଲିଥିଲା। ହେଲେ ଭାଗ୍ୟ କିଏ ଦେଖିଛି କେତେବେଳେ ବିପଦ ହୋଇ ମାଡ଼ିବସିବ କିଏ ବା ଜାଣିଥିଲା? 

ପ୍ରଥମେ ରକ୍ତଚାପ ବଢ଼ିଲା । ଜିଲ୍ଲା ଡାକ୍ତରଖାନାରେ ଦେଖାଇଲେ ବି କିଛି ଲାଭ ହେଲାନି । ଦେହ ଆହୁରି ଖରାପ ହେଲା। କଟକ ବଡ଼ ଡାକ୍ତରଖାନାରେ ଦେଖାଇବାରୁ ଜଣାପଡ଼ିଲା ସତ୍ୟବ୍ରତଙ୍କ ଦୁଇଟିଯାକ କିଡନି ଖରାପ ହୋଇଯାଇଛି। ଏକଥା ଜାଣି ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ପାଦ ତଳୁ ଯେମିତି ମାଟି ଖସିଯାଇଥିଲା ।  ସ୍ବାମୀଙ୍କୁ ଭଲ କରିବାକୁ ସବୁ ବିକି ଭାଙ୍ଗି ସାରିଲେଣି। ଏବେ ଔଷଧ ଟିକେ କିଣିବାକୁ ହେଉ ବା ପ୍ରତି ମାସରେ ଡାଏଲିସସିସ୍ କରିବାକୁ ହେଉ ଘର ଘର ବୁଲି କାନି ପତେଇ ଭିକ ମାଗୁଛନ୍ତି  ପତ୍ନୀ । ତାଙ୍କ ଲୁହ ଦେଖି ଗାଁ ଲୋକଙ୍କ ଆଖି ବି ଭିଜୁଛି ।
 
ଘରର ଜଣେ ବୋଲି ରୋଜଗାରିଆ ପୁଅ ଯେତେବେଳେ ରୋଗ ଶେଯରେ ପଡ଼ିଯାଏ ସବୁ ସରିଯାଏ । ପାଖରେ ଆହା କହିବାକୁ ବି କେହି ନାହିଁ । ପାଖରେ ପୁଅର ଯନ୍ତ୍ରଣାକୁ ଜୁଳୁ ଜୁଳୁ ହୋଇ ଦେଖୁଛି ବୁଢ଼ୀ ମାଆ । ଭାବୁଛି , ଏ ବୟସରେ ଏ ଦୁଃଖକୁ ଦେଖିବାକୁ ବି ବଞ୍ଚାଇ ରଖିଲୁ … 

ରହିବାକୁ ଭଲ ଘରଟେ ନାହିଁ କି ପିଡିଏସ୍ ଚାଉଳ ଗଣ୍ଡେ ଛଡ଼ା  ଅନ୍ୟ କିଛି ସରକାରୀ ସହଯୋଗ ବି ନାହିଁ । ଅନ୍ୟର ହାତ ଟେକାରେ ଚାଲୁଛି ଜୀବନ… ଏଭଳି ସ୍ଥିତିରେ ଡାକ୍ତର କହୁଛନ୍ତି ସତ୍ୟବ୍ରତଙ୍କ କିଡନି ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ୧୮ ଲକ୍ଷ ଟଙ୍କା । ପତ୍ନୀ ଲକ୍ଷ୍ମୀପ୍ରିୟଙ୍କ ମୁଣ୍ଡରେ ଚଡ଼କ , ଖାଇବାକୁ ଘରେ ଦାନା ନାହିଁ , ଏତେ ଟଙ୍କାର ଆଣିବେ କେଉଁଠୁ? ତେଣୁ ସରକାରଙ୍କ ଦୟା ହିଁ ଗୋଟିଏ ବାଟ …

ଆପଣଙ୍କ କିଛି କିଛି ସାହାଯ୍ୟ ସତ୍ୟବ୍ରତଙ୍କ ଚିକିତ୍ସାରେ ଲାଗିବ, ଲକ୍ଷ୍ମୀପ୍ରିୟାଙ୍କ ଉଜୁଡ଼ା ସଂସାର ସଜାଡ଼ି ହୋଇଯିବ । ସତ୍ୟବ୍ରତଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲେ ଠିକଣା : 
Name : SATYABRATA RANA
Bank  : STATE  BANK OF INDIA
Branch : AMARDA ROAD 
ACCOUNT NO-   40332082332
IFSC CODE –SBIN0006420
Paytm -9583789958
Phone- 9583789958