କନକ ବ୍ୟୁରୋ :  ରଘୁନାଥପୁର ବ୍ଲକ ପଦ୍ମପୁର ଗାଁର ତାପସ ବାରିକ। ଏକ ସେଲୁନ୍‌ କରି ଦୁଇ ପଇସା ରୋଜଗାର କରୁଥିଲେ । ସେଥିରେ ଚଳୁଥିଲା ପରିବାର । ୨୦୨୦ର ଏକ ଦୁର୍ଘଟଣା ପରେ ବଦଳି ଯାଇଛି ଜୀବନର ମୋଡ଼ । କାର ଧକ୍କା ପରେ ଗୋଟିଏ ଗୋଡ଼ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ତାପସ । ତା'ପରଠୁ ପରିବାର ମୁହଁରେ ଦାନ ମୁଠାଏ ଦେବା ପାଇଁ ସଂଘର୍ଷ କରୁଛନ୍ତି । ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ଚୁଟି ଓ ଦାଢ଼ି କାଟୁଛନ୍ତି । ସେଥିରେ ଯାହା ମିଳୁଛି ପରିବାର ଚଳୁଛି । 

Advertisment

ତାପସଙ୍କ ପାଇଁ ସରକାରୀ ସହାୟତା ଭିନ୍ନକ୍ଷମ ଭତ୍ତାରେ ସୀମିତ । ପକ୍କା ଘରଟିଏ ମିଳିନାହିଁ । ଗୋଟିଏ ଚାଳିଆ ଭିତରେ ମଣିଷ ଓ ଗୃହପାଳି ପଶୁ ଏକାଠି ରହୁଛନ୍ତି । ସରକାରୀ ବିଧି ବ୍ୟବସ୍ଥାରେ ଘରଟିଏ ଯୋଗାଇ ଦେବାକୁ ବାରମ୍ବାର ବିଡିଓ, ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।  ତଥାପି ସମସ୍ତଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି ତାପସଙ୍କ ପରିବାର । ସେପଟେ ରଘୁନାଥପୁର ବିଡ଼ିଓ କହିଛନ୍ତି, ତଦନ୍ତ କରି ପଦକ୍ଷେପ ନିଆଯିବ ।

ତେବେ ଏହି ଅଭାବୀ ପରିବାରକୁ ଅନ୍ତର୍ଦ୍ବୟ ଯୋଜନାରେ ଅନ୍ତର୍ଭୁକ୍ତ କରି ଆବାସଟିଏ ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।