କନକ ବ୍ୟୁରୋ: ଅସଜଡ଼ା ଘରେ ଅସହାୟ ଜୀବନ । ୯୫ ବର୍ଷରେ ବର୍ଦ୍ଧିତ ଭତ୍ତା ପାଇଁ ସଂଘର୍ଷ । ମାଟି କାନ୍ଥ, ତା’ ଉପରେ ଛିଣ୍ଡା ଜରି ପାଲ । ଆଉ ତା’ରି ଭିତରେ ଖଟିଆରେ ପଡ଼ିରହିଛନ୍ତି ୯୫ ବର୍ଷୀୟ ପୀର ଚୁହାନ । ଘରେ ଚନ୍ଦ୍ର, ସୂର୍ଯ୍ୟ ସବୁ ଦେଖାଯାଉଛି । ଅବସ୍ଥା ଏମିତି ଯେ କେତେବେଳେ ମାଟି କାନ୍ଥଟି ଚଟାଣ ଉପରେ ମାଡ଼ି ବସିବ ତା’ କହି ହେବନି । ହେଲେ ବିଡ଼ମ୍ବନା, ଏହି ବୃଦ୍ଧାଙ୍କ ଦୁଃଖ ପ୍ରଶାସନର ଆଖିକୁ ଦେଖାଯାଉନି । ତାଙ୍କ କରୁଣ ସ୍ୱର ଶୀତତାପ ନିୟନ୍ତ୍ରିତ ଘରେ ବସୁଥିବା ବାବୁଙ୍କ କାନରେ ପଡୁନି ।
୯୫ ବର୍ଷରେ ବର୍ଦ୍ଧିତ ୩୫ଶହ ଟଙ୍କା ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସିଂହାରୀ ଗାଁର ପୀର ଚୁହାନ । କିଛି ସମାଜସେବୀ ବୃଦ୍ଧାଙ୍କୁ ଖଟିଆରେ ଶୁଆଇ ତରଭାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ନେଇଥିଲେ । ବାବୁଙ୍କ ମେଳରେ ନିଜ ଅଭିଯୋଗ ଶୁଣାଇଥିଲେ । ତଥାପି କିଛି ସୁଫଳ ମିଳିନାହିଁ । ଘଟଣା ସଂପର୍କରେ ବିଭାଗୀୟ ବାବୁଙ୍କ ପଚାରିଲେ ମିଳୁଛି ଅଜବ୍ ଉତ୍ତର । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ସ୍ଲଟ୍ ଖାଲିନଥିବାରୁ ମିଳିନାହିଁ ବର୍ଦ୍ଧିତ ଭତ୍ତା । ପୀର ମଉସାଙ୍କ ପରିବାର କହିଲେ ଝିଅ ଆଉ ଜ୍ବାଇଁ । ଜ୍ୱାଇଁଙ୍କୁ ୭୦, ଝିଅକୁ ୬୦ ଉପରେ । ଜ୍ୱାଇଁ ବି ଆଉ କାମ ଧନ୍ଦା କରିପାରୁନାହାନ୍ତି । ତେଣୁ ପୂରା ପରିବାର ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଅସଜଡ଼ା ଘରେ ଅସହାୟ ଜୀବନ, ୯୫ ବର୍ଷରେ ବର୍ଦ୍ଧିତ ଭତ୍ତା ପାଇଁ ସଂଘର୍ଷ
ଅସଜଡ଼ା ଘରେ ଅସହାୟ ବୃଦ୍ଧାଙ୍କ ଜୀବନ । ନାହିଁ ଆବାସ, ମିଳୁନି ବର୍ଦ୍ଧିତ ଭତ୍ତା ।
/kanak/media/media_files/2025/05/16/1iRKan1REtqLc1aV19An.jpg)