କନକ ବ୍ୟୁରୋ : ହୃଦ୍‌ଘାତର ଶିକାର ହୋଇ ଘରର ରୋଜଗାରିଆ ପୁଅ ଚାଲିଗଲା ଆରପାରିକୁ । ସ୍ୱାମୀଙ୍କୁ ମାନସିକ ଭାରସ୍ୟମ ହରାଇଛନ୍ତି ପତ୍ନି , ଅସହାୟ ହୋଇପଡିଛନ୍ତି ବୃଦ୍ଧ ବାପା ମାଆ । ଦୁଇ ଝିଅ  ଓ  ବୃଦ୍ଧ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ପୁଅ ଚାଲିଯିବା ପରେ ପିଲା ଦୁଇଟାଙ୍କ ଭବିଷ୍ୟତ ଚିନ୍ତା ଘାରିଛି ବୃଦ୍ଧ ବାପା ମାଆଙ୍କୁ । ଏମିତି ବି ସୁଦ୍ଧିକ୍ରିୟା କରିବାପାଇଁ ହାତରେ ଟଙ୍କାଟିଏ ନଥିବାରୁ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମୃତ ପ୍ରଭାତଙ୍କ ପରିବାର ।

Advertisment

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ପକ୍ଷୋଟ ଗ୍ରାମର ତ୍ରିଲୋଚନ ଦାସଙ୍କ ବଡ ପୁଅ ପ୍ରଭାତ ଦାସ... ଦିର୍ଘ 14 ବର୍ଷ ହେବ ଛତିଶଗଡରେ ଏକ ହୋଟେଲରେ ୱେଟର କାମକରି ନିଜ ପରିବାର ଚଳାଉଥିଲେ । ହଠାତ୍ ତାଙ୍କର ହୃଦ୍‌ଘାତ ହେବାରୁ ଛତିଶଗଡ଼ରେ ଏକ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଭୁବନେଶ୍ବର ଆଣି ଏକ ଘରୋଇ ମେଡିକାଲରେ ଚିକିତ୍ସିତ କରୁଥିଲେ ପରିବାର ଲୋକେ । ପ୍ରଭାତ ହାତରେ ସଞ୍ଚିତ କିଛି ଟଙ୍କା ନଥିବାରୁ ଗାଁରେ ମାଗିଯାଚି ଘରେ ଯାହାକିଛି ଥିଲା ବିକିଭାଙ୍ଗି ପରିବାର ଲୋକେ ଚିକିତ୍ସା କରାଉଥିଲେ । ରାସନ କାର୍ଡରେ କେବଳ  ପତ୍ନିଙ୍କ ନାମ ଥିବା ବେଳେ ମୃତ ପ୍ରଭାତ କି ତାଙ୍କର ଦୁଇ ଝିଅଙ୍କର ନାମ ନଥିବାରୁ ଆୟୁଷ୍ମାନ ସ୍ବାସ୍ଥ୍ୟବୀମା କାର୍ଡରେ ତାଙ୍କର ନାମ ସଂଯୋଗ ହୋଇପାରିନଥିଲା ଯାହାଫଳରେ ଚିକିତ୍ସା ସୁବିଧା ମିଳିପାରନଥିଲା ବୋଲି କହିଛନ୍ତି  ପରିବାର ଲୋକେ । ଶେଷରେ ଚିକିତ୍ସା ପାଇଁ ହାତରେ ଟଙ୍କା ନଥିବାରୁ ପରିବାର ଲୋକେ ଘରୋଇ ମେଡିକାଲରୁ ନେଇ କଟକ ବଡ଼ ମେଡିକାଲରେ ଆଡମିସନ କରିଥିଲେ ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜୁନ୍ ୩୧ରେ ପ୍ରଭାତ ମୃତ୍ୟୁବରଣ କରିଛନ୍ତି । 

ପ୍ରଭାତ ଚାଲିଯିବା ପରେ ଘୋର ଅର୍ଥାଭାବ ଦେଖାଦଇଛି ତାଙ୍କ ପରିବାରରେ । ପରିସ୍ଥିତି ଏପରି ହୋଇଛି ଦୁଇ ଓଳି ଦୁଇମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟକର । ଦୁଇ ଝିଅଙ୍କର ପାଠପଢା ସହିତ ମାନସିକ ଭାରସ୍ୟାମ ହରାଇଥିବା ପତ୍ନି ଓ ପ୍ରଭାତଙ୍କର ରୋଗିଣା ମାଆଙ୍କର ଚିକିତ୍ସା ପାଇଁ ଟଙ୍କାଟିଏ ବି ଘରେ ନାହିଁ ।  ମୁଣ୍ଡ ଗୁଞ୍ଜୁଥିବା ଘରଟି ରକ୍ଷଣା ବେକ୍ଷଣ ଅଭାବରୁ କାନ୍ଥ ପଡିଯିବା ସହ ଭାଙ୍ଗିରୁଜି ଗଲାଣି । ଦୁଇ ଝିଅଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଶିକ୍ଷାଦାନ କରେଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । 

ଘରର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡିଥିବା ପ୍ରଭାତଙ୍କ ପରିବାରକୁ ସାହାର୍ଯ୍ୟ ସହଯୋଗର ହାତ ବଢାଇବା ପାଇଁ ଗ୍ରାମବାସି ଓ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଆପଣବି ଚାହିଲେ ଏହି ଅସହାୟ ପରିବାରକୁ ସହାୟତାର ହାତ ବଢାଇପାରିବେ । ସାହାର୍ଯ୍ୟ ନିମନ୍ତେ ଯୋଗାଯୋଗ କରିବାପାଇଁ ଠିକଣାଟି ହେଲା…

Pravati das
Sbi ac no - 41541390612
Ifsc code - SBIN0008095
phone pay no - 7894837864
Shrikant das