କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପହଞ୍ଚିଲା ସହାୟତା । କେନ୍ଦ୍ରାପଡ଼ାର କ୍ୟାନସର ପୀଡିତା କୁନି ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କେନ୍ଦ୍ରାପଡାର ନହଂଗ ଗାଁରେ ପହଛି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଆଗକୁ ସିଏମଓକୁ ରିପୋର୍ଟ ପଠାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଣିଲେ କୁନି ଝିଅର ନେହୁରା । କେନ୍ଦ୍ରାପଡ଼ାର କ୍ୟାନସର ପୀଡିତା ଦଶମ ଶ୍ରେଣୀ ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ପାଇଁ ଚିଠି ଲେଖିଥିଲେ । ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇ ଜିଲ୍ଲା ପ୍ରଶାସନ । ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ କେନ୍ଦ୍ରାପଡ଼ା ନହଂଗ ଗାଁରେ ପହଞ୍ଚି କୁନି ଝିଅର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ଅନ୍ୟପଟେ ରାଜସ୍ୱ ବିଭାଗର ଅଧିକାରୀ କାଗଜପତ୍ର ଯାଞ୍ଚ କରିଛନ୍ତି । ରିପୋର୍ଟ ସିଏଓକୁ ପଠାଇବା ପରେ ଚିକିତ୍ସା ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚିବା ପରେ କ୍ୟାନସର ସହ ସଂଘର୍ଷ କରୁଥିବା ଦଶମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । ସେ ଆରୋଗ୍ୟ ହେବ, ପୂର୍ବ ଭଳି ପାଠ ପଢିବାକୁ ସ୍କୁଲ ଯିବ ବୋଲି ଆଶା ବାନ୍ଧିଛି । ଅନ୍ୟପଟେ ସହଯୋଗର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଚିନ୍ମୟୀଙ୍କ ମାଆ ।
ଦଶମ ଶ୍ରେଣୀ ଛାତ୍ରୀ କ୍ୟାନସର ଭଳି ଦୁଃସାଧ୍ୟ ରୋଗରେ ପଡ଼ିବା ପରେ ପରିବାରର ଭାଲେଣି ପଡ଼ିଥିଲା । ଚିକିତ୍ସା ପାଇଁ କେଉଁଠୁ ଟଙ୍କା ଆଣିବେ ସେହି ଚିନ୍ତାରେ ଘାରି ହେଉଥିଲେ ପରିବାର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ସହାୟତାର ହାତ ବଢ଼ାଇଛନ୍ତି ।