କନକ ବ୍ୟୁରୋ: କେଦାରନାଥ ପାଇଁ ବଢ଼ାସୁକୁ ଉଡ଼ାଣ ଭରିଥିବା ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରାଜପଥରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏହି ସମୟରେ ହେଲିକପ୍ଟରରେ ୫ ଜଣ ଯାତ୍ରୀ ବସିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । 

Advertisment

ଦୁର୍ଘଟଣାରେ ହେଲିକପ୍ଟରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି ଏବଂ ଧକ୍କା ଯୋଗୁଁ ରାଜପଥରେ ଛିଡା ହୋଇଥିବା ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ଜଣାପଡିବା ମାତ୍ରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ରିପୋର୍ଟ କରିଛନ୍ତି । 

ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣା ସମୟରେ ହେଲିକପ୍ଟରଟି କେଦାରନାଥ ଯାତ୍ରାରେ ଥିଲା ଏବଂ ସମସ୍ତ ଯାତ୍ରୀ ତୀର୍ଥଯାତ୍ରୀ ବୋଲି କୁହାଯାଉଛି । ଅବତରଣ ପରେ ତୁରନ୍ତ ସମସ୍ତଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା ।

ଚାରିଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା । ପୂର୍ବରୁ ମଧ୍ୟ କେଦାରନାଥ ହେଲିପ୍ୟାଡ୍ ନିକଟରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରିଥିଲେ, ଯେଉଁଥିରେ ଦୁଇଜଣ ଏମ୍ସ ଡାକ୍ତର ଏବଂ ପାଇଲଟ୍ ଅଳ୍ପକେ ବଞ୍ଚି ଯାଇଥିଲେ । ପ୍ରଶାସନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।