କନକ ବ୍ୟୁରୋ :  ବ୍ରିଟିଶ ସଂଗ୍ରହାଳୟରୁ ବଡ଼ ଧରଣର ଲୁଟ୍ ଘଟଣା । ୬୦୦ରୁ ଅଧିକ ମୂଲ୍ୟବାନ ଚୋରି ସାମଗ୍ରୀରେ ରହିଛି ବିଭିନ୍ନ ପ୍ରକାର ଭାରତୀୟ କଳାକୃତି । ଆଭନ୍ ଏବଂ ସମରସେଟ୍ ପୁଲିସର ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୫ ତାରିଖରେ ଏହି ଲୁଟ୍ ହୋଇଥିଲା । ସଂଗ୍ରହାଳୟର ବ୍ରିଟିଶ ସାମ୍ରାଜ୍ୟ ଏବଂ କମନୱେଲ୍ଥ ସଂଗ୍ରହ ମଧ୍ୟରୁ ଏହି ଜିନିଷଗୁଡ଼ିକ ଚୋରି ହୋଇଥିଲା । ଚୋରି ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ ଏକ ହାତୀଦାନ୍ତ ବୁଦ୍ଧ ଏବଂ ଜଣେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାରୀଙ୍କ ଏକ କଟି ବେଲ୍ଟ ବକଲ୍ ଅନ୍ତର୍ଭୁକ୍ତ। ଆଭନ୍ ଏବଂ ସମରସେଟ୍ ପୋଲିସର ଡିଟେକ୍ଟିଭ୍ କନଷ୍ଟେବଲ୍ ଡାନ୍ ବର୍ଗନ୍ କହିଛନ୍ତି, "ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ମୂଲ୍ୟ ବହନ କରୁଥିବା ଅନେକ ଏହି ଜିନିଷ ଗୁଡ଼ିକର ଚୋରି ସହର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ୪ଜଣ ସନ୍ଦିଗ୍ଧଙ୍କର ସିସିଟିଭି ଫୁଟେଜ ଜାରି କରିଛନ୍ତି। ଚୋରି ଘଟଣାର ଦୁଇ ମାସରୁ ଅଧିକ ସମୟ ପରେ ପୋଲିସ କାହିଁକି ଲୁଟେରା ମାନଙ୍କୁ ଧରିପାରୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Advertisment