କନକ ବ୍ୟୁରୋ: କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ଘର ଭିତରୁ ତଣ୍ଟି କଟା ଅବସ୍ଥାରେ ମିଳିଛି ଯୁବତୀଙ୍କ ମୃତଦେହ । ମୃତ ମନୋରମା ବେହେରା ପବିତ୍ରଡିହା ବରାଳ ଲଜ ଗଳିରେ ଭଡାରେ ରହୁଥିଲେ । ଘରେ ଏକୁଟିଆ ଥିବା ବେଳେ କେହି ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଏନେଇ ଥାନରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଦର ଏସଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ତଦନ୍ତ ଚଳାଇଛି । ତେବେ କିଏ କାହିଁକି ମନୋରମାଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି ।
ଘରୁ ମିଳିଲା ଯୁବତୀଙ୍କୁ ତଣ୍ଟିକଟା ମୃତଦେହ ; ହତ୍ୟାର କାରଣ ଖୋଜୁଛି ପୋଲିସ
କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ଘର ଭିତରୁ ତଣ୍ଟି କଟା ଅବସ୍ଥାରେ ମିଳିଛି ଯୁବତୀଙ୍କ ମୃତଦେହ । ମୃତକ ମନୋରମା ବେହେରା
/kanak/media/media_files/Jy968ILP6ExO5qFskAOa.jpg)