ସାମାନ୍ୟ ଭୁଜିଆ ପାଇଁ ଗଣିଲେ ଲକ୍ଷେ ଟଙ୍କା ତଣ୍ଡ, ରାୟଗଡ଼ା ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟକୁ ଜୋରିମାନା ଲଗାଇଲେ ଖାଦ୍ୟ ସୁରକ୍ଷା ଅଧିକାରୀ…

Advertisment
66666

VISHAL MEGA MART Photograph: (KANAK NEWS)

କନକ ବ୍ୟୁରୋ: ସାମାନ୍ୟ ଭୁଜିଆ ପ୍ୟାକେଟ୍‌ ପାଇଁ ଗଣିଲେ ଲକ୍ଷେ ଟଙ୍କା । ଏହି ଜୋରିମାନା ଦେଇଛି ରାୟଗଡ଼ା ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟ । ସପିଂ ମଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଅବଧି ଶେଷ ହୋଇଥିବା ଜଣାପଡ଼ିବା ପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ସୂଚନା ଅନୁସାରେ, ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ଗ୍ରାହକ ଚଳିତ ମାସ ୧୪ ତାରିଖ ଦିନ ଏଫସିଆଇ ଛକରେ ଥିବା ବିଶାଳ ମେଗା ମାର୍ଟରୁ ୧ହଜାର ୪୬୩ ଟଙ୍କାର ଜିନିଷ କିଣିଥିଲେ । ଗ୍ରାହକ ଜଣକ ଏକ ଭୁଜିଆ ପ୍ୟାକେଟ୍ ନେଇଥିଲେ, ଯାହାର ଏକ୍ସପାୟାରି ସରିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବିଲ୍ ସହ ଭୁଜିଆ ପ୍ୟାକେଟକୁ ନେଇ ମଲକୁ ଯାଇଥିଲେ, ହେଲେ ମାର୍ଟର ମ୍ୟାନେଜର ଏହାକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ ଯେ ସେହି ଭୁଜିଆ ପ୍ୟାକେଟ୍ ତାଙ୍କ ମଲର ନୁହେଁ ।

ଏହାପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଖବର ଦେବାପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କିଛି ନମକିନ୍ ଜିନିଷ ଓ ଆଚାରର ସମୟ ଅବଧି ଶେଷ ହୋଇଯାଇଥିବାର ଦେଖିବାକୁ ପାଇଥିଲେ । ଏଥିସହ କିଛି ଖାଦ୍ୟ ସାମଗ୍ରୀ ଖୋଲା ଥିବାର ଦେଖିବାକୁ ପାଇବା ପରେ ଉକ୍ତ ଜିନିଷର ମାନ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଯାଇଥିବା ବେଳେ ଉକ୍ତ ବିଶାଳ ମେଗା ମାର୍ଟକୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନୋଟିସ୍ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe