ହରିଶଙ୍କରରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ପାହାଡ଼ ଉପରୁ ମାଡ଼ି ଆସିଲା ପାଣି

ପ୍ରବଳ ବର୍ଷା ହେବା ଯୋଗୁ ହରିଶଙ୍କରରେ ଥିବା ଝରଣାରେ ବନ୍ୟା ପରିସ୍ଥିତି ଉପୁଜୁଛି । ସନ୍ଧ୍ୟା ସମୟରେ ଥିବା କିଛି ଲୋକ ଏହି ସମୟର ଭିଜୁଆଲ କଏଦ କରିଛନ୍ତି ।

water

water Photograph: (KanakNews)

କନକ ବ୍ୟୁରୋ : ରବିବାର ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ହେବା ଯୋଗୁ ହରିଶଙ୍କରରେ ଥିବା ଝରଣାରେ ବନ୍ୟା ପରିସ୍ଥିତି ଉପୁଜୁଛି । ସନ୍ଧ୍ୟା ସମୟରେ ଥିବା କିଛି ଲୋକ ଏହି ସମୟର ଭିଜୁଆଲ କଏଦ କରିଛନ୍ତି । ଲୋକେ ପାହାଡ଼ ଉପରୁ ଅତ୍ୟଧିକ ପାଣି ବୋହି ଆସୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ।

ସେପଟେ ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଡୁଙ୍ଗୁରିପଡ଼ା ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଯୁଧିଷ୍ଠିର ମେହେର । ବଜ୍ରପାତରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି । ସେମାନେ ହେଲେ, ଦିଲ୍ଲୀପ ମେହେର ଓ ଭୂପତି ମେହେର । ଗତକାଲି ଅପରାହ୍ଣରେ ଏମାନେ ନିଜ ଅଞ୍ଚଳର ଏକ ବର ଗଛମୂଳେ ବସି କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ତିନି ସାଙ୍ଗ ଚେତାଶୂନ୍ୟ ହୋଇପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟକୁ ଆଣାଯାଇଥିଲା । ସେଠାରେ ଡାକ୍ତର ଯୁଧିଷ୍ଠିରଙ୍କୁ ମୃତ ଘୋଷଣା କରିଥିଲା । ଅନ୍ୟ ଦୁଇ ଜଣଙ୍କର ଏବେ ଚିକିତ୍ସା ଚାଲିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe