କନକ ବ୍ୟୁରୋ : ରବିବାର ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ହେବା ଯୋଗୁ ହରିଶଙ୍କରରେ ଥିବା ଝରଣାରେ ବନ୍ୟା ପରିସ୍ଥିତି ଉପୁଜୁଛି । ସନ୍ଧ୍ୟା ସମୟରେ ଥିବା କିଛି ଲୋକ ଏହି ସମୟର ଭିଜୁଆଲ କଏଦ କରିଛନ୍ତି । ଲୋକେ ପାହାଡ଼ ଉପରୁ ଅତ୍ୟଧିକ ପାଣି ବୋହି ଆସୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ।
ସେପଟେ ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଡୁଙ୍ଗୁରିପଡ଼ା ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଯୁଧିଷ୍ଠିର ମେହେର । ବଜ୍ରପାତରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି । ସେମାନେ ହେଲେ, ଦିଲ୍ଲୀପ ମେହେର ଓ ଭୂପତି ମେହେର । ଗତକାଲି ଅପରାହ୍ଣରେ ଏମାନେ ନିଜ ଅଞ୍ଚଳର ଏକ ବର ଗଛମୂଳେ ବସି କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ତିନି ସାଙ୍ଗ ଚେତାଶୂନ୍ୟ ହୋଇପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟକୁ ଆଣାଯାଇଥିଲା । ସେଠାରେ ଡାକ୍ତର ଯୁଧିଷ୍ଠିରଙ୍କୁ ମୃତ ଘୋଷଣା କରିଥିଲା । ଅନ୍ୟ ଦୁଇ ଜଣଙ୍କର ଏବେ ଚିକିତ୍ସା ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/08/water-2025-09-08-08-31-13.jpg)