କନକବ୍ୟୁରୋ : ଉତ୍ତର ପୂର୍ବ ଭାରତରେ ଭୟଙ୍କର ଥଣ୍ଡା । ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ପାହାଡି ରାଜ୍ୟରେ ଭୟଙ୍କର ତୁଷାରପାତ। ବର୍ଷା ସହ ତୁଷାରପାତ ପାଇଁ ଉତ୍ତର ଭାରତରେ ଭୟଙ୍କର ସ୍ଥିତି । ଗତ ୨୪ ଘଣ୍ଟାରେ ଜମ୍ମୁ-କାଶ୍ମୀରର ପୁଲୱାମା, ଅନନ୍ତନାଗ, ଶୋପିୟାଂ ଓ କୁଲଗାମ୍ରେ ଦୁଇ ଦୁଇ ଫୁଟ୍ର ବରଫ ଜମି ଯାଇଛି । ଭୟଙ୍କର ତୁଷାରପାତ ପାଇଁ ଶ୍ରୀନଗରେ ବିମାନବନ୍ଦରରେ ଶନିବାର ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଥିଲା ।
ସେହିପରି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ଏଠାରେ ପ୍ରାୟ ୧୨ଶହ ଗାଡ଼ି ଫସି ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ମଧ୍ୟ ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଜାରି ରହିବ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀରେ ତାପମାତ୍ରା ଆହୁରି ଖସି ୧ରୁ ୩ ଡିଗ୍ରୀ ହେବାର ସମ୍ଭାବନା ରହିଛି । ସେପଟେ ଜମ୍ମୁ-କାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ସ୍ଥାନୀୟ ଲୋକ ।
--