E-KYC ପାଇଁ ପ୍ରବଳ ଗହଳି । କିଛି ସ୍ଥାନରେ ଗଣ୍ଡଗୋଳ । ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ

Advertisment

ରାସନ କାର୍ଡରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର E-KYC ଅପଡେଟ୍ କରିବା ବାଧ୍ୟତାମୂଳକ କରିଛନ୍ତି। ଭୂତ ହିତାଧିକାରୀଙ୍କୁ ବାଦଦେବାକୁ ଏଭଳି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ତେବେ ସବୁ ହିତାଧିକାରୀଙ୍କ ରାସନକାର୍ଡ ସହ E-KYC ସଂଯୋଗ ବାଧ୍ୟତାମୂଳକ କରାଯାଇଛି।

ରାସନ କାର୍ଡରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର E-KYC ଅପଡେଟ୍ କରିବା ବାଧ୍ୟତାମୂଳକ କରିଛନ୍ତି। ଭୂତ ହିତାଧିକାରୀଙ୍କୁ ବାଦଦେବାକୁ ଏଭଳି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ତେବେ ସବୁ ହିତାଧିକାରୀଙ୍କ ରାସନକାର୍ଡ ସହ E-KYC ସଂଯୋଗ ବାଧ୍ୟତାମୂଳକ କରାଯାଇଛି।

e kyc

କନକ ବ୍ୟୁରୋ: ରାସନ କାର୍ଡରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର E-KYC ଅପଡେଟ୍ କରିବା ବାଧ୍ୟତାମୂଳକ କରିଛନ୍ତି। ଭୂତ ହିତାଧିକାରୀଙ୍କୁ ବାଦଦେବାକୁ ଏଭଳି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ତେବେ ସବୁ ହିତାଧିକାରୀଙ୍କ ରାସନକାର୍ଡ ସହ E-KYC ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ ଆସବାର ଅଛି। ତେଣୁ ଏହା ପୂର୍ବରୁ E-KYC ଅପଡେଟ ନିଜ ଡିଲରଙ୍କ ପାଖରେ ଭିଡ ଲଗାଇଛନ୍ତି ହିତାଧିକାରୀ।

  • ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ
  • ଅଯୋଗ୍ୟ କଟିବେ, ଯୋଗ୍ୟ ଯୋଡ଼ିହେବେ

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା ପରେ ହିତାଧିକାରୀଙ୍କ ମନରେ ଛନକା ପଶିଛି। E-KYC ଅପଡେଟ କରିବାକୁ ଲୋକେ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି। କିନ୍ତୁ ଡିଲରମାନେ ଟୁ-ଜି ନେଟୱାର୍କ ସପୋର୍ଟ ମେସିନ ବ୍ୟବହାର କରୁଥିବାରୁ E-KYC ଅପଡେଟ ସମୟରେ ଲିଙ୍କ୍‌ ଫେଲ ହୋଇଯାଉଛି । କଟକ, ପଟ୍ଟାମୁଣ୍ଡାଇ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏଭଳି ଦେଖାଦେଇଛି। ସେପ୍ଟେମ୍ବର ମାସ ପୁରିବାକୁ ଆଉ ୨୦ ଦିନ ଅଛି। ଏହା ଭିତରେ E-KYC ପ୍ରକ୍ରିୟା କେମିତି ସରିବ ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି ।

  • E-KYC ପାଇଁ ଗଣ୍ଡଗୋଳ
  • ଆବେଦନ କଲେଣି ୧୦ ଲକ୍ଷରୁ ଅଧିକ

ଯଦିଓ E-KYC ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ହେଲେ ଲୋକେ କୌଣସି ରିକ୍ସ ନେବାକୁ ଚାହୁଁନାହାଁନ୍ତି। ତେଣୁ E-KYC ଅପଡେଟ୍ ପାଇଁ ଲୋକେ ଭିଡ଼ ଜମାଉଥିବା ବେଳେ ଗଣ୍ଡଗୋଳ ପର୍ଯ୍ୟନ୍ତ କଥାଯାଇଛି। ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଫିସରେ ଲାଇନରେ ଛିଡା ହେବାକୁ ନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ହୋଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସେପଟେ ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକେ ଆବେଦନ କରିସାରଲେଣି।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି। ଏହାଦ୍ୱାରା ୩ କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। କିନ୍ତୁ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ ଭୂତ ଓ ଅଯୋଗ୍ୟ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି। ଏଥିରେ ରୋକ୍‌ ଲଗାଇବାକୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe